Latest Odisha News

ଗୁଜୁରାଟରେ ଭାଙ୍ଗିଲା ବ୍ରିଜ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗୁଜୁରାଟ: ଗୁଜୁରାଟର ଜୁନାଗଡ ଠାରେ ଅବସ୍ଥିତ ଏକ ପୋଲ୍ ରବିବାର ଦିନ କୌଣସିକାରଣ ବଶତଃ ଭାଙ୍ଗିଯାଇଥିଲା । ଯାହାକୁ ନେଇ ଦେଖଣାହାରୀଙ୍କ ମଧ୍ୟରେ ଅଚାନକ କିଛି ସମୟ ଲାଗି ଆତଙ୍କ ଖେଳିଯାଇଥିଲା ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ସୁତ୍ରରୁ ପ୍ରକାଶ ଯେ ଏହି ପୋଲରେ ଗାଡିଗୁଡିକ ଯାତାୟାତ କରୁଥିବା ବେଳେ କୌଣସିକାରଣ ବଶତଃ ଅଚାନକ ପୋଲଟି ମଝିରୁ ଭାଙ୍ଗିଯାଇ ନଦୀ ମଝିରେ ପଡିଥିଲା । ଫଳରେ ପୋଲ ଉପରେ ଯାଉଥିବା ପାଖାପାଖି ୪ଟି ଗାଡି ଭଙ୍ଗା ବ୍ରିଜର ମଝିରେ ଫସି ଯାଇଥିବାବେଳେ ସେଥିରେ ଥିବା ଯାତ୍ରୀମାନେ ମଧ୍ୟ ଆହତ ହୋଇଥିଲେ ।

ଅନ୍ୟପକ୍ଷରେ ପୋଲିସ ଓ ସ୍ଥାନୀୟ ଲୋକମାନେ ଗାଡିରେ ଫସିରହିଥିବା ଆହତମାନଙ୍କୁ ଉଦ୍ଧାର କରିଥିଲେ ।

ତେବେ ପୋଲଟି ଧସିଯିବା ଫଳରେ ରାସ୍ତାରେ ପ୍ରାୟ ୫୦୦ମି. ପର୍ଯ୍ୟପ୍ତ ଫାଟ ସୃଷ୍ଟି ହୋଇଥିବା ବେଳେ ଘଟଣାରେ କେହି ମୃତାହତ ହୋଇନଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.