Latest Odisha News

ଡାଲ ହ୍ରଦର ହାଉସବୋଟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପ୍ରସିଦ୍ଧ ଡାଲ ହ୍ରଦରେ ହୁ ହୁ ହୋଇ ଜଳିଗଲା ହାଉସବୋଟ୍ ଗୁଡିକ । ଗତକାଲି ରାତିରେ ଡାଲ୍ ହଦ୍ରରେ ଥିବା ଏକାଧିକ ବୋଟ୍‌ ରେ ନିଆଁ ଲାଗିଯାଇଥିଲା । ଫଳରେ ବୋଟ୍ ଗୁଡିକ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କେହି ମୃତହାତ ହୋଇଥିବାର କୌଣସି ସୂଚନା ନାହିଁ । କେଉଁ କାରଣରୁ ହାଉସ ବୋଟରେ ଅଗ୍ନିକାଣ୍ଡ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ତିନି ରୁ ଚାରୋଟି ହାଉସ ବୋଟକୁ ନିଆଁ ବ୍ୟାପିଛି । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା କେହି ମୃତାହାତ ହୋଇଥିବା ଖବର ମିଳିନାହିଁ ବୋଲି କହିଛନ୍ତି ଜଣେ ଅଗ୍ନିଶମ ଅଧିକାରୀ ।

ଶ୍ରୀନଗରରେ ଡାଲ୍ ହ୍ରଦ ଏକ ପ୍ରମୁଖ ପର୍ଯ୍ୟଟନ ଓ ବ୍ୟବସାୟିକ ସ୍ଥଳ ହୋଇଥିବାବେଳେ, ଏଠାରେ ଖାଇବା ଠାରୁ ଆରମ୍ଭ କରି ପିନ୍ଧିବା ସାମଗ୍ରୀ ପର୍ଯ୍ୟନ୍ତ ବହୁ ମୂଲ୍ୟବାନ ସାମଗ୍ରୀ ମିଳିଥାଏ । ଶ୍ରୀନଗରର ଏକ ବୃହତ୍ ଶିଳ୍ପ ଡାଲ୍ ହ୍ରଦ ଉପରେ ନିର୍ଭର କରେ । ଏହି ଅଗ୍ନିକାଣ୍ଡ ଯୋଗୁଁ ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଥିବା କହିଛନ୍ତି ସ୍ଥାନୀୟ ବ୍ୟବସାୟୀ ।

Leave A Reply

Your email address will not be published.