Latest Odisha News

BREAKING NEWS

କାଳ ହେଲା କି ଅନଲାଇନ୍ ଗେମ୍ ? ଝୁଲନ୍ତା ଅବସ୍ଥାରେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର

ସୋର : ମୋବାଇଲ ଆଜିର ସମୟରେ ମୋବାଇଲ ଯୁବପୀଢିଙ୍କୁ ବିପଦଗାମୀ କରୁଛି । ଆଜି ମଧ୍ୟ ସେମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ସୋର ଥାନା ଅରଡା ଗାଁରେ । ଅନଲାଇନ୍ ଗେମ ଯୋଗୁଁ ଜଣେ ଛାତ୍ରର ଜୀବନ ଯାଇଛି । ମୃତକ ଯୁକ୍ତ ଦୁଇରେ ପାଠ ପଢୁଥିବା ଆଶିଷ କୁମାର ମଳିକ ବୋଲି ଜଣାପଡିଛି । ସୂଚନା ଅନୁସାରେ ପ୍ରତିଦିନ ଭଳି ଆଜି ଆଶିଷ କଲେଜରୁ ଘରକୁ ଫେରିଥିଲା । ଏହାପରେ ନିଜ ରୁମ୍ କବାଟ ବନ୍ଦ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ରୁମରେ ପଶି ରହିଥିଲା ।

ମାଆଙ୍କୁ ସନ୍ଦେହ ହେବାରୁ ସେ କବାଟ ବାଡେଇଥିଲେ  । ମାତ୍ର ଆଶିଷ କବାଟ ଖୋଲିନଥିଲେ  । ଏହାପରେ ଆଶିଷଙ୍କ ମାଆ ଝରକା ବାଟେ ଘରକୁ ଦେଖିବା ବେଳକୁ ଫ୍ୟାନରେ ଝୁଲି ରହିଥିଲା ଆଶିଷ  । ତତକ୍ଷଣାତ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଆଶିଷକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ପରିବାର ଲୋକଙ୍କ କହିବା ମୂତାବକ ଆଶିଷ ସବୁବେଳେ ଅନଲାଇନ୍ ଗେମ ଖେଳେ । ତେଣୁ ଏହି ଗେମ୍ ଯୋଗୁଁ ତାର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି ।

 

Leave A Reply

Your email address will not be published.