Latest Odisha News

BREAKING NEWS

ଜୟପୁରର ବିଭିନ୍ନ ହସ୍ପିଟାଲକୁ ବୋମାରେ ଉଡାଇବାକୁ ଧମକ

ଜୟପୁର: ରାଜସ୍ଥାନ ଜୟପୁରର ଅନେକ ଡାକ୍ତରଖାନାକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି। ଏହାକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳି ଯାଇଛି। ଇମେଲ୍ ଯୋଗେ ଏହି ଧମକ ମିଳିଥିବା ନେଇ ପୋଲିସ କହିଛି।

ବମ୍ ନିଷ୍କ୍ରିୟକାରୀ ସ୍କ୍ବାଡ ଟିମ୍ ଡାକ୍ତରଖାନାକୁ ପଠାଯାଇଛି। ମୋନିଲେକ୍ ହସ୍ପିଟାଲ୍ ଏବଂ ସି.କେ ବିର୍ଲା ହସ୍ପିଟାଲ୍ ସମେତ ଅନେକ ଡାକ୍ତରଖାନାକୁ ବୋମା ଧମକ ମିଳିଛି। ପରେ ଗୋଟିଏ ପରେ ଗୋଟିଏ ହସ୍ପିଟାଲକୁ ଆସିଥିଲା ସମାନ ଧମକ ପୂର୍ଣ୍ଣ ମେଲ୍‌।

ପୋଲିସ କହିବା ଅନୁଯାୟୀ, ହସ୍ପିଟାଲ ବେଡ୍ ତଳେ ଏବଂ ବାଥରୁମରେ ବୋମା ଲଗାଯାଇଥିବା ନେଇ ଇମେଲ ରେ ଉଲ୍ଲେଖ ରହିଛି।

ଡାକ୍ତରଖାନାକୁ ପଠାଯାଇଥିବା ଇମେଲରେ ଉଲ୍ଲେଖ ରହିଛି ଯେ “ଡାକ୍ତରଖାନା ଭିତରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ହତ୍ୟା କରାଯିବ। ଆପଣଙ୍କ ମଧ୍ୟରୁ କେହି ରକ୍ଷା ପାଇପାରିବେ ନାହିଁ।”

ତେବେ ବମ୍ ନିଷ୍କ୍ରିୟକାରୀ ସ୍କ୍ବାଡ, ପୋଲିସ ଫୋର୍ସ, ଦମକଳ ଗାଡି, କୁକୁର ସ୍କ୍ୱାଡ ଏବଂ ଏଟିଏସ ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

 

 

Comments are closed.