Latest Odisha News

ଚେନ୍ନାଇର ବିଭିନ୍ନ ସ୍କୁଲକୁ ବୋମାମାଡ଼ ଧମକ, ପୋଲିସର ତନାଘନା

ଚେନ୍ନାଇ: ସ୍କୁଲକୁ ବୋମାମାଡ କରିବାକୁ ଧମକ ମିଳିବା ପରେ ଚେନ୍ନାଇରେ ଭୟର ବାତାବରଣ ଦେଖାଦେଇଛି। ବୋମା ମାଡ଼ ନେଇ ଇମେଲ ମାଧ୍ୟମରେ ଧମକ ମିଳିଥିଲା। ଏହା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ବିଦ୍ୟାଳୟର କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଡକାଇ ପିଲାମାନଙ୍କୁ ଘରକୁ ନେଇଯିବାକୁ କହିଛନ୍ତି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଇମେଲ ମାଧ୍ୟମରେ ଧମକ ମିଳିଥିବା ଜଣାପଡ଼ିଛି । ଟେକିନିକାଲ୍‌ ଟିମ୍‌ଙ୍କ ସହାୟତାରେ ଅପରାଧୀଙ୍କୁ ଧରିବା ଲାଗି ପ୍ରୟାସ ଜାରି ରହିଛି । ଯେଉଁସବୁ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି ସେଗୁଡ଼ିକ ମଧ୍ୟରେ ଚେନ୍ନାଇ ପବ୍ଲିକ ସ୍କୁଲ, ଡିଏଭି ଗୋପାଳପୁରମ ଏବଂ ସେଣ୍ଟ ମେରି ସ୍କୁଲ ଆଦି ସାମିଲ ରହିଛି । ସେହି ସ୍ଥାନଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଘଟଣାସ୍ଥଳରେ ପୋଲିସ ଓ ବମସ୍କ୍ୱାଡ ପହଞ୍ଚିଛନ୍ତି। ସ୍କୁଲରେ ଭିଡ଼ ନଜମାଇବାକୁ ପୋଲିସ ସତର୍କ କରାଇଛି । ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ କହିବା ସହ ଧକମପୂର୍ଣ୍ଣ ଇମେଲ୍‌ ପଠାଇଥିବା ଅପରାଧିଙ୍କୁ ଖୁବଶୀଘ୍ର କାବୁ କରାଯିବ ବୋଲି ପୋଲିସ କହିଛି ।

Comments are closed.