Latest Odisha News

BREAKING NEWS

Cold Wave: ପୁଣି ରାଜ୍ୟରେ ହାଡ଼ଭଙ୍ଗା ଶୀତ, ଥରିବ ଏସବୁ ଜିଲ୍ଲା

ଭୁବନେଶ୍ୱର: ପୁଣି ରାଜ୍ୟରେ ହାଡ଼ଭଙ୍ଗା ଶୀତ ପ୍ରଭାବ। ପ୍ରବଳ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆହୁରି ୨ଦିନ ଏଭଳି ସ୍ଥିତି ଲାଗି ରହିବ। ଝାରସୁଗୁଡ଼ାରେଡ଼ିଗ୍ରୀ ଛୁଇଁଲା ପାରଦ। ଆଜି ସକାଳ ୫ଟା ୩୦ରେ ୬.°C ରେକର୍ଡ ହୋଇଛି। ୨ ଦିନ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାର ଓ ଶନିବାର ଦୁଇଦିନ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡା ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତା ୫ ଦିନ ୨୦ ତାରିଖ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର, କଟକ, ବାଲେଶ୍ୱର, କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦୁଝର ଓ କନ୍ଧମାଳ ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ ବୋଲି ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ୯ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଜି. ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ରାଉରକେଲାରେ ୬.୬ ଡିଗ୍ରୀ, ଫୁଲବାଣୀ ୭.୩ ଡିଗ୍ରୀ, ସେମିଳିଗୁଡା ୭.୮ ଡିଗ୍ରୀ, ଅନୁଗୋଳ ୮.୬ ଡିଗ୍ରୀ, ଢେଙ୍କାନାଳ ୮.୬ ଡିଗ୍ରୀ, କିରେଇ ୯.୩ ଡିଗ୍ରୀ ଏବଂ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ରହିଥିଲା।

 

Comments are closed.