Latest Odisha News

BREAKING NEWS

Cold Wave: ରାଜ୍ୟରେ ଅସହ୍ୟ ଥଣ୍ଡା; ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ ଖସିବା ସମ୍ଭାବନା

ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଲା ଶୀତ। ଅସହ୍ୟ ଥଣ୍ଡାରେ କଲବଲ ରାଜ୍ୟବାସୀ। ୧୪ ତାରିଖ ଯାଏ ଶୀତ ଲହରୀ ଜାରି ରହିବ। ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର। ସକାଳ ୫ଟା ୩୦ରେ ୧୦ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର। ମୟୂରଭଞ୍ଜରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀକୁ ଖସିଲା ପାରଦ। ଶିମିଳିପାଳ ଅଭୟାରଣ୍ୟର ଉପର ବାରାକାମୁଡ଼ାରେ ତାପମାତ୍ରା ୧ଡିଗ୍ରୀ, ଗୁଡ଼ଗୁଡ଼ିଆରେ ତାପମାତ୍ରା ୩ ଡିଗ୍ରୀକୁ ଖସିଛି। ଶିମିଳିପାଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି।

କେନ୍ଦୁଝର ୧୧, ଚାନ୍ଦବାଲି ୧୩.୮, ଭୁବନେଶ୍ବର ୧୪, ବାଲେଶ୍ବର ୧୪.୨ ଡିଗ୍ରୀ ରହିଛି ତାପମାତ୍ରା। ଆଗାମୀ ଦୁଇ ଦିନ ଶୀତ ଲହରୀ ପାଇଁ ଝାରସୁଗୁଡା, ଅନୁଗୁଳ ଏବଂ ବୌଦ୍ଧକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟକୁ ହାଡ଼ଭଙ୍ଗା ଶୀତ ଫେରିବା ସହ ଶୀତଲହରୀ ପରିସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଦେଶର ମଧ୍ୟଭାଗରେ ଗୁରୁଚାପ ବଳୟ ସକ୍ରିୟ ରହିଛି। ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହରେ ତୀବ୍ରତା ଵୃଦ୍ଧି ହେବା ସହ ଜଳୀୟବାଷ୍ପର ପରିମାଣ ହ୍ରାସ ଯୋଗୁଁ ଶୀତର ପ୍ରକୋପ ଵୃଦ୍ଧି ସମ୍ଭାବନା ରହିଛି ।

ଅନ୍ୟପଟେ ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ୧ ରୁ ୨ ଡିଗ୍ରୀ ସେଲସିୟସ ଖସିପାରେ ରାତି ତାପମାତ୍ରା। ଗତ ୨୪ ଘଣ୍ଟା ମଧ୍ୟରେ ରାତ୍ରି ତାପମାତ୍ରା ଖସିଛି। ରାଉରକେଲାରେ ସର୍ବନିମ୍ନ ୬.୭ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Comments are closed.