ଭୁବନେଶ୍ୱର: ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା ୟସ୍ । ଆଜି ଅଧିକ ସିଭିୟର ହୋଇଛି । ସମୁଦ୍ର ଭିତରୁ ବଳ ଗୋଟାଇ ବଳିୟାନ ହେଉଛି ୟସ୍ । ଆଗକୁ ଆଗକୁ ବଢୁଛି । ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ସାରିଛି । ଆସନ୍ତା ୧୨ ଘଣ୍ଟା ଭିତରେ ଭେରି ସିଭିୟର ସାଅକ୍ଲୋନିକ ଷ୍ଟର୍ମ ବା ଅତି ତୀବ୍ର ବାତ୍ୟାର ରୂପ ନେବ । ତାପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ ।
ଏବେ କେଉଁଠି ଅଛି ବାତ୍ୟା ?
ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ପରେ ଧୀରେ ଧୀରେ ଆଗକୁ ବଢୁଛି ବାତ୍ୟା । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉପକୂଳ ଆଡକୁ ଅଗ୍ରସର ହେଉଛି । ବାତ୍ୟା ଏବେ ପାରାଦୀପ ଉପକୂଳରୁ ୩୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି । ସେହିପରି ବାଲେଶ୍ୱର ଉପକୂଳରୁ ୪୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ଦୀଘା ଉପକୂଳରୁ ୪୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି ।

କେଉଁଠି କରିବ ଲାଣ୍ଡଫଲ୍ ?
ଆସନ୍ତାକାଲି ସକାଳେ ବାତ୍ୟା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପାଦ ଥାପିବ । କାଲି ମଧ୍ୟାହ୍ନ ବେଳକୁ ପାରାଦୀପ-ସାଗର ଦ୍ୱୀପର ବାଲେଶ୍ୱର ପାଖାପାଖି ଲାଣ୍ଡଫଲ୍ କରିବ ୟସ୍ । ଓଡ଼ିଶାରେ ହିଟ୍ କରି ସମ୍ଭାବନା ଅଧିକ । ଧାମରାରୁ-ଚାନ୍ଦିପୁର ଭିତରେ ମାଡ଼ ହୋଇପାରେ ବାତ୍ୟା । କିନ୍ତୁ ନିର୍ଦ୍ଦିଷ୍ଟ ସ୍ଥାନ ନେଇ ସ୍ପଷ୍ଟ କରିନି ଆଇଏମଡି । ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟାପ୍ରତି ୧୫୫-୧୬୫ ଓ ସ୍ଥଳବିଶେଷରେ ଏହା ବଢ଼ି ୧୮୫ କିଲୋମିଟର ଛୁଇଁଯିବ ।
BREAKING NEWS
- CJP Delhi protest: କକ୍ରୋଚ ପ୍ରତିବାଦରେ ସାମିଲ ଓକିଲ ଅଟକ, CJI କହିଲେ…
- ମା’ ସମଲେଶ୍ୱରୀଙ୍କ ଦୁର୍ଲଭ ଧବଳମୁଖୀ ବେଶ; ଜାଣନ୍ତୁ ମହତ୍ତ୍ବ
- ନିର୍ବାଚନ ପୂର୍ବରୁ ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼
- ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ଉପରେ ଆକ୍ରମଣ ଘଟଣାରେ NIA ପକ୍ଷରୁ UAPA ଓ ଆଣ୍ଟି-ହାଇଜାକିଂ ଆଇନରେ ମାମଲା ରୁଜୁ
- ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକଙ୍କ ପାଖରେ କୋଟିକୋଟି ସମ୍ପତି, ଗିରଫ କଲା ଭିଜିଲାନ୍ସ
- ମୁକେଶ ଅମ୍ବାନୀଙ୍କୁ କାହିଁକି ‘ପ୍ରଧାନମନ୍ତ୍ରୀ’ କହିଲେ ଏଲନ ମସ୍କ…
- CJPର ଆନ୍ଦୋଳନ ପୂର୍ବରୁ ବିମାନରୁ ଅଭିଜିତଙ୍କୁ ଟେକିନେଲା ପୋଲିସ
- ଶକ୍ତିଶାଳୀ ଭୂକମ୍ପରେ ଥରିଲା ପାନାମା; ସୁନାମି ଆଲର୍ଟ ଜାରି…
- ମହଙ୍ଗା ପଡିଲା ସାପ ସହ ରିଲ୍ସ; ନାଗ ଚୋଟରେ ଗଲା ଯୁବକଙ୍କ ଜୀବନ
- ୯.୨୪ କୋଟିର ସରକାରୀ ପାଣ୍ଠି ଆତ୍ମସାତ୍; ଆଉ ୩ ଗିରଫ

Comments are closed.