ନୂଆଦିଲ୍ଲୀ: ବଙ୍ଗୋପସାଗରରେ ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି ବାତ୍ୟା ନିଭାର । ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ଧାରଣ କରିଛି । ଗତ ୬ ଘଣ୍ଟା ହେବ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଆଗକୁ ବଢୁଛି । ଆଗାମୀ ୧୨ ଘଣ୍ଟାରେ ନିଭାର ଅଧିକ ଘନୀଭୂତ ହୋଇ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ।
ଆଜି ରାତିରେ ନିଭାର ତାମିଲନାଡୁ ଓ ପୁଡୁଚେରୀରେ ଉପକୂଳରେ କରାଇକାଲ ଓ ମାମଲ୍ଲାପୁରମ ନିକଟରେ ସ୍ଥଳଭାଗ ଛୁଇଁବ । ବାତ୍ୟା ନିଭାର ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୨୦-୧୩୦ କିଲୋମିଟର ଓ ଏହା ବଢ଼ି ୧୪୫ କିଲୋମିଟର ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
#ବାତ୍ୟା #ନିଭାର ଆଜି ପାହାନ୍ତିଆ ୨.୦୫ସମୟରେ #ତୀବ୍ର #ବାତ୍ୟା ରେ ପରିଣତ ହୋଇଛି ଏହା ଆଗାମୀ #୧୨ଘଣ୍ଟାରେ ଆହୁରି ଘନୀଭୂତ ହୋଇ #ଅତିତୀବ୍ର ବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି | ଏହା ଆଜି #ରାତ୍ରି ସମୟରେ ଉପକୂଳ ଅତିକ୍ରମ କରିବା ବେଳକୁ #ପବନର ବେଗ ଘଣ୍ଟା ପ୍ରତି #୧୩୦ରୁ ୧୪୦ ଝଟକା ପବନ #୧୫୫କିମି ବେଗରେ ରହିବାର ସମ୍ଭାବନା pic.twitter.com/JbHP3cGDzR
— Meteorological Centre, Bhubaneswar (@mcbbsr) November 25, 2020
ବାତ୍ୟା ନିଭାରକୁ ଦୃଷ୍ଟିରେ ରଖି ତାମିଲନାଡୁ ଓ ପୁଡୁଚେରୀକୁ ଜାରି ହୋଇଛି ସାଇକ୍ଲୋନ ଓ୍ୱାର୍ଣ୍ଣିଂ । ୟେଲୋ ସତର୍କତା ଦେଇଛି ପାଣିପାଗ ବିଭାଗ । ଅଶାନ୍ତ ରହିଛି ସମୁଦ୍ର । ବଡ଼ ବଡ଼ ଜୁଆର ଉଠୁଛି । ବାତ୍ୟା ପ୍ରଭାବରେ ଉପକୂଳ ଓ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ କରାଇକାଲ, ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଦୁଇ ଦିନ ବର୍ଷିବ ବୋଲି କହିଛି ପାଣିପାଗ ବିଭାଗ । ତଳି ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।
Comments are closed.