ଚିତୋରଗଡ଼: ରାଜସ୍ଥାନର ଚିତୋରଗଡ଼ରେ ଶନିବାର ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି।
ସୂଚନା ମୁତାବକ,ଚିତୋରଗଡ଼ ଜିଲ୍ଲାର ନିକୁମ୍ଭ ଥାନା ଅଞ୍ଚଳରେ ଏକ ଟ୍ରଲର ଏବଂ କ୍ରୃଜର ଗାଡ଼ି ମଧ୍ୟରେ ଖୁବ ଜୋରରେ ଧକ୍କା ହୋଇଛି। ଏହାର ଭୟାବହତା ଏତେ ଥିଲା ଯେ, ଗାଡ଼ି ୨ଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଲଯାଇଛି।
ଏହି ଘଟଣାରେ ୭ଜଣଙ୍କ ଜୀବନ ଚାଲିଯାଇବା ବେଳେ ଅନେକ ଲୋକ ଆହତ ହୋଇହଛନ୍ତି। କ୍ରୃଜରରେ ଥିବା ସମସ୍ତେ ଯାତ୍ରୀ ମଧ୍ୟପ୍ରଦେଶରୁ ପାରିବାରିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରୁଥିଲେ। କିନ୍ତୁ ସେହି ସମୟରେ ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା।
ପୋଲିସ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ିରେ ଫସିଥିବା ଲୋକ ଏବଂ ମୃତକଙ୍କୁ ବାହାରକୁ ବାହାର କରିବା ସହ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଏହି ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି।ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ମଧ୍ୟ ଚିତୋରଗଡ଼ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି।
ତେବେ ଗୁରୁତରମାନଙ୍କୁ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ୍ ଏବେବି ଉପସ୍ଥିତ ରହିଛି।
Comments are closed.