Latest Odisha News

BREAKING NEWS

ଦେଶରେ ୨୪ ଘଣ୍ଟାରେ ୧୦ଲକ୍ଷ କୋଭିଡ୍ ଟେଷ୍ଟ, ୩୦ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । କିନ୍ତୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୦ଲକ୍ଷ କୋଭିଡ ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୩୦ହଜାର ୨୫୪ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୦.୮% ଅଧିକ ସଂକ୍ରମିତ ହୋଇଛନ୍ତି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୮ଲକ୍ଷ ୫୭ହଜାର ୨୯କୁ ବୃଦ୍ଧ ପାଇଛି ।

ସଂକ୍ରମଣ ସହ କମୁଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ଘଣ୍ଟାରେ ମହାମାରୀରେ ମୃତ୍ୟୁବରଣ କରିଛନ୍ତି ୩୯୧ ଆକ୍ରାନ୍ତ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୩ହଜାର ୧୯ରେ ପହଞ୍ଚିଛି । ମୃତ୍ୟୁହାର ରହିଥଛି ୧.୪୫%।

ଦେଶରେ ଉତ୍ସାହଜନକ ରହିଛି କରୋନା ସୁସ୍ଥହାର । ବର୍ତ୍ତମାନ ସୁଦ୍ଧା ସାରା ଦେଶରୁ ପାଖାପାଖି ୯୫ ପ୍ରତିଶକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୩୩ହଜାର ୧୩୬ ସଂକ୍ରମିତ । ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୯୩ଲକ୍ଷ ୫୭ହଜାର ୪୬୪କୁ ବୃଦ୍ଧି ପାଇଛି । ଦେଶରେ ଏବେ ୩ଲକ୍ଷ ୫୬ହଜାର ୫୪୬ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.