Latest Odisha News

BREAKING NEWS

ରାଉରକେଲାରେ ସେକ୍ସ ରାକେଟ ଠାବ: ୨ ଯୁବତୀ ଉଦ୍ଧାର; ୩ ଅଟକ

ରାଉରକେଲା: ସହରରେ ହାଇପ୍ରୋଫାଇଲ ସେକ୍ସ ରାକେଟ ଠାବ। ରାଉରକେଲାର ରଘୁନାଥପାଲି ଥାନା ଅନ୍ତର୍ଗତ ସିଭିଲଟାଉନସିପ୍ ସ୍ଥିତ ଏକ ଘରେ ଚାଲିଥିଲା ସେକ୍ସ ରାକେଟ । ରବିବାର ସନ୍ଧ୍ୟାରେ ସେହି ଘରେ ପୁଲିସ ଚଢ଼ଉ କରି ୨ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

ସୂଚନା ମୁତାବକ, ଜଣେ ମହିଳା ସିଭିଲଟାଉନସିପ୍‌ର ଏକ ଘର ଭଡ଼ା ଚଳାଇଥିଲେ ସେକ୍ସ ରାକେଟ୍। ରଘୁନାଥପାଲି ଥାନାରେ ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ। ଗତକାଲି ସନ୍ଧ୍ୟାରେ ପୁଲିସ ଏକ ଟିମ୍ ହଠାତ୍‌ ସେହି ଭଡ଼ା ଘରେ ଚଢ଼ାଉ କରିଥିଲା। ଚଢାଉ ବେଳେ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଦେହଜୀବୀଙ୍କୁ ସଖୀ ସେଣ୍ଟରରେ ରଖି ପୁଲିସ ତନାଘନା ଆରମ୍ଭ କରିଛି । ରାଉରକେଲା ସହରର ଦେହ ବ୍ୟପାର ଘଟଣାରେ ପୁଲିସ ୩ ଗ୍ରାହକକୁ ଥାନାରେ ଅଟକ ରଖି ପୁଲିସ କରୁଛି ତଦନ୍ତ ।

 

Comments are closed.