Latest Odisha News

BREAKING NEWS

ଘର ଆଗରେ ଲେଖା ହୋଇଛି ଟ୍ରଷ୍ଟ, ଭିତରେ କିନ୍ତୁ ଚାଲିଥିଲା ସେକ୍ସରାକେଟ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରୁ ଏକ ସେକ୍ସ ରାକେଟ ଠାବ ହୋଇଛି। ଘର ଆଗାରେ ସାଇବାବା ଟ୍ରଷ୍ଟ ଲେଖାହୋଇଥିଲା। କିନ୍ତୁ ଗୁରୁବାର ସଂଧ୍ୟାରେ ଲିଙ୍ଗରାଜ ପୋଲିସ ଘର ଭିତରେ ଅତର୍କିକ ଚଢାଉ କରିବା ପରେ ସେକ୍ସ ରାକେଟ ଧରାପଡ଼ିଛି। ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

ଏହି ତିନି ଜଣ ହେଲେ ନରେଶ କୁମାର ରଣା, ରାଜକିଶୋର ସାହୁ ଏବଂ ସୁଶାନ୍ତ ପ୍ରଧାନ। ଜଣେ ମହିଳାଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି।

ପୋଲିସ ଅତର୍କିତ ଚଢାଉ କରି ୩ଟି ମୋଟରସାଇକେଲ, ୭ଟି ମୋବାଇଲ ଫୋନ୍ ସହ ୭ ହଜାର ୫୦୦ ଟଙ୍କା, ୪ଟି ବ୍ୟବହୃତ କଣ୍ଡୋମ ପ୍ୟାକେଟ ଏବଂ ୭ଟି ବ୍ୟବହାର ହୋଇନଥିବା ପ୍ୟାକେଟ ଜବତ କରିଛି। ଏଥିସହ ଗୋଟିଏ ଲାପଟପ ଏବଂ ୪ଟି ଡାଏରୀ ଜବତ ହୋଇଛି।

ଅଭିଯୁକ୍ତ ନରେଶ ପଶ୍ଚିମବଙ୍ଗରୁ ଯୁବତୀ ଆଣି ଏଠାରେ ଦେହ ବ୍ୟବସାୟ ଚଳାଇଥିଲା। ଯୁବତୀ ପିଛା ଏକ ହଜାର ଟଙ୍କା କମିଶନ ରଖୁଥିବା ସୂଚନା ରହିଛି। ପ୍ରତିଦିନ ଏଠାରେ ବିଳମ୍ବିତ ରାତିଯାଏ ଦେହଜୀବୀଙ୍କ ଯିବା ଆସିବା ରହିଥାଏ। ଏ ନେଇ ଶ୍ରୀଲିଙ୍ଗରାଜ ପୋଲିସ ସବୁ ଜାଣି ଚୁପ ବସିଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ତଥାକଥିଟ ଟ୍ରଷ୍ଟ ପାଖରେ ଶ୍ରୀଲିଙ୍ଗରାଜା ଥାନା ରହିଛି। ଏହି କାରବାର ଚାଲିଥିବା ନେଇ ପୋଲିସ ନଜାଣି ଚୁପ୍ ରହିବା ମଧ୍ୟ ଦେହବ୍ୟବସାୟ ଓ ପୋଲିସ ମଧ୍ୟରେ ଥିବା ମଧଚନ୍ଦ୍ରିକାକୁ ଇଙ୍ଗିତ କର

କିନ୍ତୁ କିଛି ବରିଷ୍ଠ ଲୋକ ଏ ନେଇ ଡିସିପି ପ୍ରତୀପ ମୀନା ସିଂହଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ସଂଧ୍ୟାରେ ସେହି ଲିଙ୍ଗରାଜ ପୋଲିସ ଚଢାଉ କରି ପ୍ରଥମେ ନରେଶକୁ ଗିରଫ କରିଥିଲା। କବାଟ ବନ୍ଦ ଥିବା ଘରୁ ରୂପଜୀବୀ ଏବଂ ଦେହ ବ୍ୟବସାୟୀଙ୍କୁ ପୋଲିସ ପରେ ଗିରଫ କରିଛି।

 

Leave A Reply

Your email address will not be published.