ପୁରୀ: ଜଣେ ମହିଳା ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପିପିଲିର ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ଅତିରିକ୍ତ ତହସିଲଦାର ପ୍ରବୋଧ କୁମାର ମହାନ୍ତିଙ୍କ ବିରୋଧରେ ବିଏନଏସର ଧାରା ୭୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ସୂଚନା ଅନୁଯାୟୀ, ମେ ୨୪ ତାରିଖ ଅପରାହ୍ନରେ ଏହି ଘଟଣା ଘଟିଥିଲା। ପ୍ରବଳ ବର୍ଷା ଯୋଗୁଁ ଆରଆଇ ତହସିଲଦାରଙ୍କ ଚାମ୍ବର ପାଖରେ ଥିବା ଏକ କୋଠରୀରେ ଅପେକ୍ଷା କରିଥିଲେ, ସେତେବେଳେ ଅଧିକାରୀ ଜଣକ ତାଙ୍କ ପାଖକୁ ଯାଇ ଏକ ସଂକ୍ଷିପ୍ତ କଥାବାର୍ତ୍ତା କରିଥିଲେ। ପରେ ଅନୁପଯୁକ୍ତ ଭାବରେ ତାଙ୍କ ବେକ ଏବଂ ପିଠିକୁ ସ୍ପର୍ଶ କରିଥିଲେ। ଏପରିକି ତାଙ୍କ ହାତ ଧରି ଅଟକାଇବାକୁ ଚେଷ୍ଟା କରିଥିଲେ।
ସେ ଏହି ଘଟଣା ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିଛନ୍ତି ଏବଂ ଆବଶ୍ୟକ ହେଲେ ଗଣମାଧ୍ୟମ ସହିତ ଯୋଗାଯୋଗ କରିବାକୁ ଧମକ ମଧ୍ୟ ଦେଇଛନ୍ତି ଆରଆଇ। ତେବେ ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଛନ୍ତି ଅତିରିକ୍ତ ତହସିଲଦାର। ସେ କହିଛନ୍ତି ଯେ ତାଙ୍କ ବଦଳିକୁ ନେଇ ଏକ ବିବାଦ ହୋଇଥିଲା ଯାହା ସେ ମୋ ସହିତ ଆଲୋଚନା କରିଥିଲେ। ବୈଠକ ପରେ ସେ କାର୍ଯ୍ୟାଳୟ ଛାଡ଼ି ଦେଇଥିବା ପ୍ରକାଶ କରିଛନ୍ତି। ତେବେ ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି ଅତିରିକ୍ତ ତହସିଲଦାର।
Comments are closed.