ଭୁବନେଶ୍ୱର: ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଅନୁଷ୍ଠିତ ୭୦ତମ ଏସଜିଏଫଆଇ SGFI ଜାତୀୟ ବିଦ୍ୟାଳୟ ସମୂହ ରଗବୀ ପ୍ରତିଯୋଗିତାରେ ଓଡ଼ିଶାର ୧୪ ବର୍ଷରୁ କମ୍ ବାଳକ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତା ଅକ୍ଟୋବର ୨୩ ରୁ ୨୬ ଯାଏଁ ଅନୁଷ୍ଠିତ ହୋଇଥିଲା ।
ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ‘ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଙ୍ଗଠନ’ର ସହଯୋଗରେ ଏହି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲା। ଫାଇନାଲ ମ୍ୟାଚରେ ଓଡ଼ିଶା ବିହାରଠାରୁ ୧୦-୨ ପଏଣ୍ଟରେ ପରାଜିତ ହୋଇ ରନର୍ସ-ଅପ୍ ହୋଇଛି । ଏହା ପୂର୍ବରୁ ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ ମ୍ୟାଚରେ ଘରୋଇ ଦଳ ଦିଲ୍ଲୀକୁ ୧୫-୧ ପଏଣ୍ଟରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା ।

