Latest Odisha News

BREAKING NEWS

ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଶବାନା ଆଜମୀ, ଛାତ୍ର ବିକ୍ଷୋଭରେ ହୋଇଥିଲେ ସାମିଲ

ନୂଆଦିଲ୍ଲୀ: ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।

ସେ କହିଛନ୍ତି ଯେ ସେ H1N1 ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଯାହାକୁ ସ୍ୱାଇନ୍ ଫ୍ଲୁ ମଧ୍ୟ କୁହାଯାଏ। ବରିଷ୍ଠ ଅଭିନେତ୍ରୀ ସୋସିଆଲ ମିଡିଆରେ ସ୍ୱାଇନ୍ ଫ୍ଲୁ ସଂକ୍ରମଣ ନେଇ ସେୟାର କରି କହିଛନ୍ତି ଯେ ସେ ବର୍ତ୍ତମାନ ତାଙ୍କ ଡାକ୍ତରଙ୍କ ପରାମର୍ଶରେ ଆଇସୋଲେସନରେ ଅଛନ୍ତି। ଡାକ୍ତର ତାଙ୍କୁ ପାଞ୍ଚ ଦିନ ପାଇଁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଶବାନା ଆଜମୀ ତାଙ୍କ ପିତା କୈଫି ଆଜମୀଙ୍କ ଦ୍ୱାରା ଲିଖିତ ଏକ କବିତା ମଧ୍ୟ ପୋଷ୍ଟ କରିଛନ୍ତି।

ଅପରପକ୍ଷରେ ସେ ସିଜେପି ପ୍ରତିବାଦ ନେଇ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ। ତାଙ୍କ ପୋଷ୍ଟରେ ସେ ଲେଖିଛନ୍ତି, “ମୋର ପ୍ରିୟ ମୁମ୍ବାଇବାସୀ, ମୁଁ ଗତକାଲି ପ୍ରତିବାଦରେ ଆପଣଙ୍କ ସହିତ ଯୋଗଦେବାର ଥିଲା, କିନ୍ତୁ ମୁଁ H1N1 ସଂକ୍ରମିତ ହୋଇଛି ଏବଂ ଆଗାମୀ ପାଞ୍ଚ ଦିନ ପାଇଁ ନିଜକୁ ଅଲଗା ରଖିବାକୁ ପଡିବ। ତଥାପି ମୁଁ ଆପଣଙ୍କ ପ୍ରତି ମୋର ସମର୍ଥନ ଏବଂ କୃତଜ୍ଞତା ପ୍ରକାଶ କରିବାକୁ ଚାହୁଁଛି।”

 

Leave A Reply

Your email address will not be published.