Latest Odisha News

BREAKING NEWS

ଶାହାରୁଖ, କ୍ୟାଟ୍ରିନାଙ୍କୁ ବି କରୋନା: କରନ ଜୋହରଙ୍କ ଜନ୍ମଦିନ ପାର୍ଟି ଏହାର କାରଣ !

ମୁମ୍ବାଇ: ଭାରତରେ ପୁନର୍ବାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରବିବାର ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଓ କ୍ୟାଟ୍ରିନା କୈଫ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । କ୍ୟାଟ୍ରିନା ନିଜେ ଏଥିରୁ ମୁକୁଳି ସାରିଥିବା କହିଥିଲେ ମଧ୍ୟ ସେ ଶ୍ରୀରାମ ରାଘବନ ନିର୍ଦ୍ଦେଶିତ କ୍ରିସମାସର ଶୁଟିଂରେ ଯୋଗଦେଇ ପାରି ନାହାନ୍ତି । ଏହା ପୂର୍ବରୁ ସେ ଆଇଫା ଆୱାର୍ଡକୁ ମଧ୍ୟ ଯାଇପାରି ନ ଥିଲେ । ଅପରପକ୍ଷରେ ଶାହାରୁଖ ନିଜକୁ କ୍ୱାରେଂଟାଇନ କରିଛନ୍ତି । ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଟେଷ୍ଟ କରାଇନେବା ପାଇଁ ଅନୁରୋଧ କରିଛନ୍ତି ।

ପୂର୍ବରୁ ଅକ୍ଷୟ କୁମାର, କାର୍ତିକ ଆର୍ଯ୍ୟନ, ଆଦିତ୍ୟ ରାୟ କାପୁର ମଧ୍ୟ କରୋନା କବଳରେ ପଡିଥିଲେ । ନିକଟରେ ବଲିଉଡର ପ୍ରତିଷ୍ଠିତ ଫିଲ୍ମମେକର ଓ ନିର୍ଦ୍ଦେଶକ କରନ ଜୋହରଙ୍କ ଜନ୍ମଦିନ ପାର୍ଟିରେ ଅଧିକାଂଶ ସେଲିବ୍ରେଟି ଯୋଗ ଦେଇଥିଲେ । ଏହି ପାର୍ଟି ବଲିଉଡରେ କରୋନା ସ୍ପ୍ରେଡ କରାଇଥିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.