Latest Odisha News

ହାପି ବାର୍ଥ ଡେ ଶାହାରୁଖ୍‌

ନୂଆଦିଲ୍ଳୀ: ବଲିଉଡର କିଙ୍ଗ୍‌ ଖାନ ଶାହାରୁଖ୍‌ ଆଜି ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ଶାହାରୁଖ ୨ ନଭେମ୍ବର ୧୯୬୫ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ତାଜ୍‌ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଏବଂ ମାତାଙ୍କ ନାମ ଫାତିମା। ତାଙ୍କର ଏକ ବଡ ଭଉଣୀ ମଧ୍ୟ ଅଛନ୍ତି, ଯାହାର ନାମ ଶାହନାଜ ଲାଲାରୁଖ ଏବଂ ସେ ମଧ୍ୟ ମୁମ୍ବାଇରେ ଶାହରୁଖଙ୍କ ସହ ରୁହନ୍ତି।
ଶାହାରୁଖ ଖାନଙ୍କ ଜୀବନର ପ୍ରଥମ ପାଞ୍ଚ ବର୍ଷ ତାଙ୍କ ପୈତୃକ ଘର ମାଙ୍ଗାଲୋରରେ ଅତିବାହିତ ହୋଇଥିଲା। ଏହା ପରେ ସେ ତାଙ୍କ ପିତାମାତାଙ୍କ ସହିତ ଦିଲ୍ଲୀର ରାଜୀନ୍ଦର ନାଗରରେ ଆସି ରହିଲେ। ଶାହରୁଖ୍‌ ଦିଲ୍ଲୀର ସେଣ୍ଟ କଲମ୍ବସ ସ୍କୁଲରେ ପାଠ ପଢୁଥିଲେ ଏବଂ ସେ ଭଲ ପାଠ ପଢିବା ସହିତ ଫୁଟବଲ୍‌ ଏବଂ କ୍ରିକେଟରେ ମଧ୍ୟ ଚାମ୍ପିୟନ ଖେଳାଳି ଥିଲେ।

ଶାହାରୁଖ୍‌ ପିଲାଦିନରୁ ଅଭିନୟକୁ ଭଲ ପାଉଥିଲେ। ପିଲାଦିନେ ସେ ରାମଲୀଲାରେ ଏକ ମାଙ୍କଡ଼ ଭୂମିକାରେ ଅଭିନୟ କରିଥିଲେ। ଅଧ୍ୟୟନ ସମାପ୍ତ କରିବା ପରେ ଶାହରୁଖ ଦିଲ୍ଲୀର ଥିଏଟର ଆକ୍ସନ୍ ଗ୍ରୁପରେ ପ୍ରଖ୍ୟାତ ଥିଏଟର ନିର୍ଦ୍ଦେଶକ ବେରୀ ଜନ୍‌ଙ୍କ ଠାରୁ ତାଙ୍କର ଅଭିନୟ ଶିକ୍ଷା ଲାଭ କରିଥିଲେ।

ତେବେ ଖୁବ୍ କମ୍ ଲୋକ ଏ କଥା ଜାଣନ୍ତି ଯେ ବଲିଉଡ୍‌ରେ ପ୍ରବେଶ କରିବା ପୂର୍ବରୁ ଶାହାରୁଖ ଦିଲ୍ଲୀର ଦରିଆଗଞ୍ଜରେ ଏକ ରେଷ୍ଟୁରାଣ୍ଟ ଚଳାଉଥିଲେ। ଶାହାରୁଖଙ୍କ ପ୍ରଥମ ରୋଜଗାର ମାତ୍ର ୫୦ ଟଙ୍କା ଥିଲା। ଶାହାରୁଖ ଦିଲ୍ଲୀର ପଙ୍କଜ ଉଦାସଙ୍କ ଏକ କନସର୍ଟରେ ଗାଇଡ୍ ଭାବରେ କାର୍ଯ୍ୟ କରିଥିଲେ।

Comments are closed.