Latest Odisha News

BREAKING NEWS

କାର୍ତ୍ତିକ ମାସ ପ୍ରଥମ ସୋମବାର: ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଭକ୍ତିମୟ ପରିବେଶ

ପୁରୀ: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏଥର କରୋନା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି । କାର୍ତ୍ତିକ ସୋମବାରରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚତ ହୋଇଛନ୍ତି ଶ୍ରଦ୍ଧାଳୁ ।  ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଭକ୍ତଙ୍କ ଭିଡ଼ ହୋଇଛି ।

ଭଜନ କୀର୍ତ୍ତନ ସହ ଭକ୍ତଙ୍କ ହରିବୋଳ ଓ ହୁଳହୁଳି ଧ୍ୱନିରେ କମ୍ପିଥିଲା ସିଂହଦ୍ୱାର ସାମନା । ବ୍ୟାରିକେଡ଼ ବାହାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଉଦ୍ଦେଶ୍ୟରେ ଦୀପ ଜାଳିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି ଭକ୍ତ । ଶ୍ରୀମନ୍ଦିର ବାହାର ବେଢ଼ା ପରିକ୍ରମା କରିଛନ୍ତି । ତେବେ ଜଗା ଦର୍ଶନ ନ ମିଳିବା ଭକ୍ତଙ୍କୁ ବ୍ୟଥିତ କରିଛି ।

ପ୍ରତିବର୍ଷ କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କ ସମାଗମ ହୋଇଥାଏ । କରୋନା ଯୋଗୁ ଏବର୍ଷ ସେମାନଙ୍କୁ ପୁରୀ ଆସିବାକୁ ବାରଣ କରାଯାଇଛି । ହବିଷିଆଳିଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ମହାପ୍ରସାଦ ମିଳିବା ପାଇଁ ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.