Latest Odisha News

BREAKING NEWS

ଟ୍ରକକୁ ପିଟିଲା ଟ୍ରକ, ଦୁଇ ଜଣଙ୍କର ମୃତ୍ୟୁ

କୋନ୍ଦୁଝର: ଆନନ୍ଦପୁର ନିକଟକରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ଆଉ ଗୋଟିଏ ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ୨୦ ନମ୍ବର ଜାତୀୟ ରାଜପଥ ବୀରଗୋବିନ୍ଦପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

ଟ୍ରକ ଖରାପ ହୋଇଥିବାରୁ ରାସ୍ତାକଡ଼ରେ ଠିଆ କରି ସଜାଡୁ ଥିଲେ ଡ୍ରାଇଭର ଓ ହେଲପର । ଏତିକିବେଳେ ଆଉ ଗୋଟିଏ ଟ୍ରକ ଆସି ସେମାନଙ୍କର ଟ୍ରକକୁ ଧକ୍କା ଦେଇଥିଲା ।

ଖରାପ ହୋଇଥିବା ଗାଡ଼ିର ଡ୍ରାଇଭର ଓ ହେଲପରଙ୍କର ଦୁର୍ଘଟଣାସ୍ଥଳରେ ପ୍ରାଣବାୟୁ ଉଡିଯାଇଥିଲା । ଘସିପୁରା ପୋଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି ।

Leave A Reply

Your email address will not be published.