Latest Odisha News

ଏସିଡ ପୀଡ଼ିତାଙ୍କୁ ନୂଆ ଜୀବନ ଦେଲେ ଶାହରୁଖ

ମୁମ୍ବାଇ: ବଲିଉଡରେ ଲୋକପ୍ରିୟ ଅଭିନେତା ଶାହରୁଖ ଖାନ ପୁଣିଥରେ କିଙ୍ଗଖାନ ନାମର ସାର୍ଥକତା ପ୍ରତିପାଦନ କରିଛନ୍ତି ।

ଖାଲି ଚଳଚ୍ଚିତ୍ରରେ ନୁହେଁ ନିଜ ଅସଲ ଜୀବନରେ ମଧ୍ୟ ଏକ ମହାନ ବ୍ୟକ୍ତିତ୍ୱ ବୋଲି ପ୍ରମାଣ କରାଇଛନ୍ତି ।

ଶାହରୁଖ ଏସିଡ ଆକ୍ରମଣରେ ଆହତ ପୀଡିତାଙ୍କ ପାଇଁ ଏକ ଫାଉଣ୍ଡେସନ ଚଳାଉଛନ୍ତି । ନା କେବଳ ସେ ସେମାନଙ୍କ ଚିକିତ୍ସା କରାଉଛନ୍ତି ବରଂ ସେମାନେ କିଭଳି ସାଧାରଣ ଜୀବନ ଯାପନ କରିବେ ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହନ ଦେବା ସହ ତାଲିମ ମଧ୍ୟ ପ୍ରଦାନ କରୁଛନ୍ତି ।

ତେବେ ଶାହରୁଖଙ୍କ ଏହି ଫାଉଣ୍ଡେସନ ଏକ ପୀଡିତାଙ୍କ ବିବାହ କରାଇଛନ୍ତି । ଶାହରୁଖ ଏହି ବିବାହର ଫଟୋ ସେୟାର କରି ଶୁଭକାମନା ଜଣାଇଛନ୍ତି । କିଙ୍ଗଖାନ ମୀର ଫାଉଣ୍ଡେସନର ଏକ ଟ୍ୱିଟକୁ ରିଟ୍ୱିଟ କରି ଶୁଭକାମନା ଜଣାଇଛନ୍ତି ।

ଶାହରୁଖ ଖାନଙ୍କ ଏହି ପୋଷ୍ଟରେ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ତାଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି ।

Comments are closed.