Latest Odisha News

ଶାହାରୁଖଙ୍କୁ ଆର୍ୟନଙ୍କ ସୁରକ୍ଷା ଚିନ୍ତା: ପୁଅ ପାଇଁ କଲେ ସ୍ପେଶାଲ୍ ବ୍ୟବସ୍ଥା

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସରେ ଜାମିନରେ ଅଛନ୍ତି ଆର୍ୟନ ଖାନ୍ । ପୁଅ ଫେରିବା ପରେ ସେ ପୁଣି ଥରେ ସୁଟିଂ ଆରମ୍ଭ କରିବେ କିଙ୍ଗ ଖାନ୍ ଶାହାରୁଖ । ତାପୂର୍ବରୁ ଆର୍ୟନଙ୍କ ଦେଖାଶୁଣା ଓ ସୁରକ୍ଷା ପାଇଁ ସ୍ପେଶାଲ୍ ବ୍ୟବସ୍ଥା କରିଛନ୍ତି । କାରଣ ସୁଟିଂ ବେଳେ ସେ ଘରଠାରୁ ବହୁ ଦୂରରେ ରହିବେ । ସବୁ କଥା ବୁଝିବା ସମ୍ଭବ ହେବ ନାହିଁ । ଏଥିପାଇଁ ଜଣେ ବିଶ୍ୱାସ ଓ ଭରସାଯୋଗ୍ୟ ବଡି ଗାର୍ଡ ସନ୍ଧାନରେ ଅଛନ୍ତି କିଙ୍ଗ ଖାନ୍ ।

ଶାହାରୁଖ ଖାନଙ୍କ ବଡି ଗାର୍ଡ ଅଛନ୍ତି ରବି ସିଂହ । ଦୀର୍ଘଦିନରୁ ରବି ସିଂହ ଶାହାରୁଖଙ୍କ ଅଙ୍ଗରକ୍ଷୀ ଭାବରେ କାମ କରୁଛନ୍ତି । ଖାନ୍ ପରିବାରର ସଦସ୍ୟ ଭଳି ସେ । କୁହାଯାଉଛି, ଜଣେ ନୂଆ ବଡି ଗାର୍ଡଙ୍କୁ ନିଯୁକ୍ତି ଦେଲେ ଆର୍ୟନ ତାଙ୍କ ସହ ଖାପ ଖୁଆଇ ପାରିବେ ନାହିଁ । ଏଥିପାଇଁ ରବି ସିଂହଙ୍କ ହାତରେ ପୁଅର ସୁରକ୍ଷା ଦାୟିତ୍ୱ ଦେବେ ଶାହାରୁଖ ।

ନିଜ ପାଇଁ ଶାହାରୁଖ ଜଣେ ନୂଆ ବଡି ଗାର୍ଡ ନିଯୁକ୍ତି କରିବେ ବୋଲି ସୂଚନା ମିଳିଛି । ଆର୍ୟନ ପ୍ରତି ଶୁକ୍ରବାର ଦିନ ଏନସିବି ଅଫିସରେ ହାଜରେ ହେବେ । ଏତିକିବେଳେ ତାଙ୍କ ସହ ଜଣେ ବିଶ୍ୱାସଯୋଗ୍ୟ ବଡି ଗାର୍ଡ ରହିଲେ ଶାହାରୁଖ ବାହାରେ ସୁଟିଂରେ ଥିଲେ ବି ଶାନ୍ତିରେ ନିଶ୍ୱାସ ମାରି ପାରିବେ ।

ସିଦ୍ଧାର୍ଥ ଆନନ୍ଦଙ୍କ ଅପକମିଂ ଫିଲ୍ମ ପଠାନରେ ନଜର ଆସିବେ ଶାହାରୁଖ ଖାନ । ଏହି ଫିଲ୍ମରେ ତାଙ୍କ ସହ ଦୀପିକା ପାଦୁକୋନ ଓ ଜନ୍ ଆବ୍ରାହମ୍ ବି ଅଭିନୟ କରୁଛନ୍ତି । ପୁଅ ଗିରଫ ପରେ ସେ ପଠାନର ସୁଟିଂକୁ ସ୍ଥଗିତ ରଖିଥିଲେ ।

Leave A Reply

Your email address will not be published.