Latest Odisha News

BREAKING NEWS

କଂଗ୍ରେସର ଅଭିନବ ହରତାଳ: ସାମୁହିକ ମୁଣ୍ଡନ ହୋଇ ପ୍ରତିବାଦ

ନବରଙ୍ଗପୁର: ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ୬ ଘଣିଆ ହରତାଳ କରିଛି । ନବରଙ୍ଗପୁର ଜିଲ୍ଲାରେ ଅଭିନୟ ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି କଂଗ୍ରେସ କର୍ମୀ । ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ପିସିସି ସମ୍ପାଦକ କ୍ଷେମରାଜ୍ ବାଘଙ୍କ ନେତୃତ୍ୱରେ କର୍ମୀମାନେ ସାମୁହିକ ଭାବେ ମୁଣ୍ଡନ ହୋଇଥିଲେ । ମମିତାଙ୍କ ଆତ୍ମାର ସଦଗତି କାମନା ସହ ତାଙ୍କୁ ନ୍ୟାୟ ଦାବି କରିଛନ୍ତି ।

ଏହି ସାମୁହିକ ମୁଣ୍ଡନ୍ କାର୍ଯ୍ୟକ୍ରମରେ ନିଜେ ପିସିସି ସମ୍ପାଦକ କ୍ଷେମରାଜ ବାଘଙ୍କ ସମେତ ବହୁ କର୍ମୀ ମୁଣ୍ଡନ ହୋଇଥିଲେ । ଏଥିସହ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ହରତାଳ ବେଳେ କଂଗ୍ରେସ ନେତା ଓ କର୍ମୀ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରିବା ସହ ଜନଜୀବନକୁ ପ୍ରଭାବିତ ହେବା ଭଳି କୌଣସି କାର୍ଯ୍ୟ କରି ନାହାନ୍ତି ।

Leave A Reply

Your email address will not be published.