Latest Odisha News

ଡଙ୍କିର ରିଲିଜ ଘୁଂଚିପାରେ, ସାଲାର ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ୁଛି

ମୁମ୍ବାଇ: ଚଳିତ ବର୍ଷ ଖ୍ରୀଷ୍ଟମାସରେ ଶାହାରୁଖ ଖାଁଙ୍କ ଡଙ୍କି ଓ ପ୍ରଭାସଙ୍କ ସାଲାର ମଧ୍ୟରେ ବକ୍ସ ଅଫିସ ମୁକାବିଲା ହେବ ବୋଲି ସ୍ଥିର ହୋଇଛି । ନବଭାରତ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡଙ୍କି ଏବେ ଏହି ମୁକାବିଲାରୁ ଓହରିଯିବା ପାଇଁ ନିଷ୍ପତି ନେଇଛି । ରାଜକୁମାର ହୀରାନୀ ଓ ଶାହାରୁଖ ପ୍ରଥମ ଥର ପାଇଁ ଡଙ୍କିରେ କାମ କରୁଛନ୍ତି । ଏହା ଖ୍ରୀଷ୍ଟମାସରେ ରିଲିଜ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଛି । ନିକଟରେ ଟ୍ରେଡ ଆନାଲିଷ୍ଟ ମନୋବାଲା ବିଜୟବାଲନ କହିଛନ୍ତି ସାଲାର ସହିତ ମୁକାବିଲା କରିବା ପାଇଁ ହୀରାନୀ ଚାହୁଁ ନାହାନ୍ତି । ସେ ଏବେ ଏହାକୁ ଆସନ୍ତା ବର୍ଷ ରିଲିଜ କରିବା ପାଇଁ ଯୋଜନା କରୁଛନ୍ତି । ଅବଶ୍ୟ ମେକର୍ସଙ୍କ ପକ୍ଷରୁ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । ଯବାନର ସଫଳତା ପରେ ଶାହାରୁଖ ଡଙ୍କିେୀ ରିଲିଜ ଡେଟରେ କୌଣସି ପରିବର୍ତନ ହେବ ନାହିଁ ବୋଲି ଘୋଷଣା କରିଥିଲେ ।

ଅପରପକ୍ଷରେ ସାଲାରର ମେକର୍ସ ଏହାର ରିଲିଜ ତାରିଖ ପୂର୍ବ ନିର୍ଦ୍ଧାରିତ ବୋଲି ସ୍ପଷ୍ଟ କରିଛନ୍ତି । ଦକ୍ଷିଣ ଭାରତରେ ପ୍ରଭାସଙ୍କ ଜବରଦସ୍ତ ଫ୍ୟାନ ଫଲୋର୍ସ ରହିଛନ୍ତି । ଯଦି ଡଙ୍କିର ରିଲିଜ ତାରିଖ ଘୁଂଚେ ତାହାହେଲେ ଏହାର ଫାଇଦା ସମ୍ପୂର୍ଣ୍ଣ ଭାବେ ସାଲାରକୁ ମିଳିବ । ଶାହାରୁଖଙ୍କ ପଠାନ ଓ ଯବାନ ସୁପରହିଟ ହୋଇଥିବା ବେଳେ ପ୍ରଭାସଙ୍କ ଶେଷ ୨ଟି ଫିଲ୍ମ ବକ୍ସ ଅଫିସରେ ଧରାଶାୟୀ ହୋଇଛି । ସାଲାର ମାଧ୍ୟମରେ ସେ ପୁନର୍ବାର ଟ୍ରାକକୁ ଫେରିବାକୁ ଚାହୁଁଛନ୍ତି ।

Comments are closed.