Latest Odisha News

ଆମେରିକାରେ ଶୁଟିଂ ଅବସରରେ ଶାହାରୁଖ ଆହତ, ମୁମ୍ବାଇ ଫେରିଲେ

ମୁମ୍ବାଇ: ଯବାନ ଫିଲ୍ମ ନେଇ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ପୁନର୍ବାର ଚର୍ଚ୍ଚାରେ ଅଛନ୍ତି । ଲସ ଏଞ୍ଜେଲ୍ସରେ ଶାହାରୁଖ ତାଙ୍କର ଏକ ଫିଲ୍ମ ଶୁଟିଂ କରୁଥିବା ଅବସରରେ ଆହତ ହୋଇଛନ୍ତି । ତାଙ୍କ ନାକ ଫାଟି ଯାଇ ରକ୍ତ ବାହାରିଥିଲା । ଶାହାରୁଖଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସାମନ୍ୟ ସର୍ଜରୀ କରାଯିବା ପରେ ସେ ଏବେ ସୁସ୍ଥ ଅଛନ୍ତି । ରିପୋର୍ଟ ଅନୁସାରେ ଶାହାରୁଖ ମୁମ୍ବାଇ ଫେରି ଆସିଛନ୍ତି । ସେ ଏବେ ତାଙ୍କ ଘରେ କିଛି ଦିନ ବିଶ୍ରାମ ନେବେ । ଶାହାରୁଖଙ୍କ ଟିମ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ ।

ପ୍ରଶଂସକମାନେ ଶାହାରୁଖଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ପଠାନ ଫିଲ୍ମର ସଫଳତା ପରେ ଶାହାରୁଖ ଏବେ ସାଉଥର ଲୋକପ୍ରିୟ ନିର୍ଦ୍ଦେଶକ ଅଟଲୀ କୁମାରଙ୍କ ସହ ଯବାନରେ କାର୍ଯ୍ୟ କରୁଛନ୍ତି । ଏଥିରେ ନୟନତାରା ଓ ବିଜୟ ସେତୁପତିଙ୍କ ପରି କଳାକାର ଅଭିନୟ କରୁଛନ୍ତି ।

Comments are closed.