Latest Odisha News

BREAKING NEWS

ପ୍ରଥମଥର ପାଇଁ ସାଉଦି ଆରବରେ ରିଲିଜ ହେଲା ବ୍ଳକବଷ୍ଟର ଫିଲ୍ମ ‘ଭୀର ଜାରା’

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନ ଏବଂ ପ୍ରୀତି ଜିଣ୍ଟା ଅଭିନୀତ ବ୍ଳକବଷ୍ଟର ଫିଲ୍ମ ‘ଭୀର ଜାରା’କୁ ଇତି ମଧ୍ୟରେ 20 ବର୍ଷ ପୁରିଛି l ତଥାପି ଏବେବି ଲୋକଙ୍କ ମଧ୍ୟରେ ଜୀବିତ ହୋଇ ରହିଛି ଭୀର ଜାରାଙ୍କ କାହାଣୀ l ଏବେବି ଏହି ସୁପରହିତ ଫିଲ୍ମର ଗୀତ କେଉଁଠି ବାଜି ଉଠିଲେ ମନ ସେହି ଗୀତକୁ ଗୁଣୁଗୁଣଉଛନ୍ତି ଲୋକେ l କାହିଁକି ବା ନ ଗାଇବେ l ଫିଲ୍ମଟିର କାହାଣୀ ଯେମିତି ସୁପରହିଟ ଥିଲା ତାର ଗୀତ ମଧ୍ୟ ସେତିକି ସୁପରହିଟ ହୋଇଥିଲା l ତେବେ ଦୀର୍ଘ 20 ବର୍ଷ ପରେ ପୁଣିଥରେ ବଡ ପରଦାରେ ରିଲିଜ ହେବାକୁ ଯାଉଛି ଏହି ବ୍ଳକବଷ୍ଟର ଫିଲ୍ମ l ପୁଣି ବକ୍ସ ଅଫିସରେ ଜଲୱା ଦେଖାଇବ ଶାହାରୁଖ ଖାନ ଏବଂ ପ୍ରୀତି ଜିଣ୍ଟାଙ୍କ ପ୍ରେମ କାହାଣୀ ଚଳଚ୍ଚିତ୍ର ‘ଭୀର ଜାରା’ ।

ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ଗ୍ଲୋବାଲ ବ୍ଲକବଷ୍ଟର ଫିଲ୍ମ ‘ଭୀର ଜାରା’ ଆଜି 600ରୁ ଉର୍ଦ୍ଧ୍ବ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି l ଆଂଜ୍ଞା ହଁ ପ୍ରଥମ ଥର ପାଇଁ ସାଉଦି ଆରବରେ ରିଲିଜ ହୋଇଛି ଏହି ଫିଲ୍ମ l ଏହା ପରେ ’ଓମାନ ଏବଂ କତାରରେ ମଧ୍ୟ ରିଲିଜ ହେବ ଏହି ଫିଲ୍ମ l ଶାହରୁଖ ଖାନ, ପ୍ରୀତି ଜିଣ୍ଟା ଏବଂ ରାନୀ ମୁଖାର୍ଜୀଙ୍କ ଅଭିନୀତ ‘ଭୀର ଜାରା’ ସବୁଠାରୁ ହିଟ ଭାରତୀୟ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଏହା ପୁରା ବିଶ୍ୱରେ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର l ବର୍ତ୍ତମାନ ‘ଭୀର ଜାରା’ ଆମେରିକା, କାନାଡା, ୟୁଏଇ, ସାଉଦି ଆରବ, ଓମାନ, କତାର, ବାହାରିନ, କୁବେତ, ବ୍ରିଟେନ, ଆୟର୍ଲାଣ୍ଡ, ଜର୍ମାନୀ, ଅଷ୍ଟ୍ରିଆ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଫିଜିରେ ପୁଣିଥରେ ମୁକ୍ତିଲାଭ କରିବ l ଏହା ସହିତ ସିଙ୍ଗାପୁର, ମାଲେସିଆ ଏବଂ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଏହି ଫିଲ୍ମ ମୁକ୍ତିଲାଭ କରିବ l

ତେବେ ନିକଟରେ ସେପ୍ଟେମ୍ୱର 13ରେ ରିଲିଜ ହୋଇଥିଲା ଏହି ଫିଲ୍ମ । 203ଟି ପ୍ରେକ୍ଷାଳୟରେ ପୁଣିଥରେ ମୁକ୍ତିଲାଭ କରିଥିଲା ଏହି ଫିଲ୍ମ l ପୁନଃ ରିଳିଜର ପ୍ରଥମ ସପ୍ତାହରେ ଏହି ଫିଲ୍ମ 100 କୋଟି କ୍ଲବରେ ଏଣ୍ଟ୍ରି ମାରିଥିଲା । ପ୍ରଥମ ଦିନରେ 20 ଲକ୍ଷ, ଦ୍ୱିତୀୟ ଦିନରେ 32 ଲକ୍ଷ, ତୃତୀୟ ଦିନରେ 38 ଲକ୍ଷ, ଚତୁର୍ଥ ଦିନରେ 20 ଲକ୍ଷ, ପଞ୍ଚମ ଦିନରେ 18 ଲକ୍ଷ, ଷଷ୍ଠ ଦିନରେ 15 ଲକ୍ଷ, ସପ୍ତମ ଦିନରେ 14 ଲକ୍ଷ ଆୟ କରିଥିଲା । ଫିଲ୍ମଟି ମୋଟେ ଘରୋଇ ବକ୍ସ ଅଫିସରେ 1.57 କୋଟି ଟଙ୍କା କଲେକ୍ସନ କରିଥିବା ବେଳେ ସାରା ବିଶ୍ୱରେ 100 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଥିଲା ।

କହିରଖୁଛୁ ଯେ, ‘ଭୀର ଜାରା’ 2004 ମସିହାରେ ମୁକ୍ତିଲାଭ କରିଥିଲା । ‘​​ଭୀର ଜାରା’ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଲଭଷ୍ଟୋରୀ, ଯାହା ଆଜି ବି ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଚଳଚ୍ଚିତ୍ରର ଗୀତଗୁଡ଼ିକ ଏବେ ମଧ୍ୟ ଲୋକଙ୍କ ମନରେ ଅଛି ।

Comments are closed.