Latest Odisha News

ସେଲଫି ନେବାରୁ ପ୍ରଶଂସକଙ୍କ ହାତକୁ ଠେଲିଦେଲେ ଶାହରୁଖ

ମୁମ୍ବାଇ: ଫିଲ୍ମ “ପଠାନ”ର ସଫଳତା ପରେ ବଲିଉଡର କିଙ୍ଗ ଖାନ ତଥା ଶାହରୁଖ ଖାନ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏବେ ତାଙ୍କର ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି,ଯାହାକୁ ଦେଖି ପ୍ରଶଂସକମାନେ ନାପସନ୍ଦ କରିଛନ୍ତି । ଜଣେ ପ୍ରଶଂସକ ସେଲଫି ନେବାରୁ ଶାହରୁଖ ରାଗି କରି ହାତକୁ ଛାଟି ଦେଇଛନ୍ତି ।

ଶାହରୁଖଙ୍କୁ ଲୋକେ ତାଙ୍କର ବିନମ୍ର ସ୍ୱଭାବ ଓ ଅଭିନୟ ପାଇଁ ଖୁବ ଭଲ ପାଇଥାଆନ୍ତି । ନିକଟରେ ଶାହରୁଖ କୌଣସିି ଏକ ସ୍ଥାନକୁ ଯିବା ପାଇଁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ । ଶାହରୁଖଙ୍କୁ ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇ ଭିଡ଼ ଜମାଇଥିଲେ । ଏହି ସମୟରେ ଜଣେ ପ୍ରଶଂସକ ଶାହରୁଖଙ୍କ ସହ ସେଲଫି ନେବାକୁ ଦୌଡ଼ି ଆସିଥିଲେ । ଏତିକି ବେଳେ ସେ ରାଗି କରି ପ୍ରଶଂସକଙ୍କ ହାତକୁ ଜୋରରେ ଠେଲିଦେଲେ । ଫଳରେ ତାଙ୍କର ମୋବାଇଲଟି ତଳେ ପଡ଼ି ଫାଠି ଯାଇଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ଏହି ଭିଡ଼ିଓ ଦେଖିବା ପରେ ଅନେକ ପ୍ରଶଂସକ ନକରାତ୍ମକ ମନ୍ତବ୍ୟ ଦେଇଛନ୍ତି । କେହି କେହି ଶାହରୁଖଙ୍କ ଏଭଳି ଆଚରଣ କରିବା ଠିକ୍ ନୁହେଁ ବୋଲି କହୁଥିବା ବେଳେ ଆଉ କିଛି ଶାହରୁଖଙ୍କ ଗର୍ବ ଓ ଅହଙ୍କାର ଯୋଗୁ ଏପରି କରିଥିବା କହିଛନ୍ତି ।

Comments are closed.