Latest Odisha News

ଶାହରୁଖଙ୍କ ପତ୍ନୀ ଗୌରୀଙ୍କୁ ଇଡିର ନୋଟିସ୍‌

ମୁମ୍ବାଇ: ବଲିଉଡ୍‌ର କିଙ୍ଗ ଖାନ୍ ଶାହରୁଖଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଲକ୍ଷ୍ନୌସ୍ଥିତ ରିଅଲ ଇଷ୍ଟେଟ କମ୍ପାନୀ ତୁଲସିୟାନୀ ଗ୍ରୁପ୍ ମାମଲାରେ ତାଙ୍କୁ ଏହି ନୋଟିସ୍ କରାଯାଇଛି । ସେ ଏହାର ବ୍ରାଣ୍ଡ ଆମ୍ବାସଡର ଅଟନ୍ତି । ଏବେ କମ୍ପାନୀ ବ୍ୟାଙ୍କର ୩୦ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏଣୁୁ ଇଡି ଗୌରୀଙ୍କୁ ପଚରାଉଚରା କରିପାରେ ବୋଲି କୁହାଯାଉଛି ।

ଗୌରୀଙ୍କୁ ନୋଟିସ ମିଳିଥିବା ବେଳେ ସେ ଏଯାଏ ତାର ଉତ୍ତର ରଖିନାହାନ୍ତି । ହେଲେ ତାଙ୍କୁ ଆମ୍ବାସଡର ଭାବେ କମ୍ପାନୀ କେତେ ଟଙ୍କା ଦେଇଥିଲା ତାର ଯାଞ୍ଚ କରାଯିବ । ତାଙ୍କୁ କିଭଳି ଉକ୍ତ ଟଙ୍କା ମିଳିଥିଲା ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ରହିବ । ଏପରିକି ଉଭୟଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମାର କାଗଜପତ୍ର ଯାଞ୍ଚ କରାଯାଇପାରେ ବୋଲି ରିପୋର୍ଟରେ କୁହାଯାଇଛି ।

Comments are closed.