Latest Odisha News

BREAKING NEWS

୧୪୧ ସାଂସଦଙ୍କ ନିଲମ୍ବନ ପ୍ରତିବାଦ: ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲେ ଇଣ୍ଡିଆ ମେଣ୍ଟ ଓଡ଼ିଶା ଶାଖାର ନେତୃବୃନ୍ଦ

ଭୁବନେଶ୍ୱର: ୧୪୧ ସାଂସଦଙ୍କ ନିଲମ୍ବନକୁ ପ୍ରତିବାଦ କରି ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶ ରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲେ ଇଣ୍ଡିଆ ମେଣ୍ଟ ଓଡ଼ିଶା ଶାଖାର ନେତୃବୃନ୍ଦ । ଆଜି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟର ଓଡ଼ିଶା ଶାଖାର କଂଗ୍ରେସ ସମେତ ୧୨ଟି ରାଜନୈତିକ ଦଳ ସିପିଆଇଏମ, ସିପିଆଇ, ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ସମତାକ୍ରାନ୍ତି, ସମାଜବାଦୀ ପାର୍ଟି, ସିପିଆଇଏମଏଲ (ଲିବରସେନ), ଆରଜେଡି, ଏନସିପି, ଆମଆଦମୀ, ଜେଡିୟୁ, ଜେଏମଏମ ପାର୍ଟିର ନେତୃବୃନ୍ଦ ମାନେ ନରେନ୍ଦ୍ର ମୋଦି ସରକାରଙ୍କ ଅଗଣତାନ୍ତ୍ରିକ ନୀତି ଓ ସାଂସଦମାନଙ୍କ ନିଲମ୍ବନକୁ ବିରୋଧ କରି ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଏନେଇ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ସଂଖ୍ୟାବଳର ଅହଂକାରରେ ଆତ୍ମ ବିଭୋର ହୋଇ ନରେନ୍ଦ୍ର ମୋଦିଙ୍କ ସରକାର ଗଣତନ୍ତ୍ରର ମନ୍ଦିରରେ ବୁଲଡଜର ଚଳାଉଛି । ଭାରତୀୟ ଜନତା ପାର୍ଟି ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ପକ୍ରିୟା ପ୍ରତି ସାମାନ୍ୟତମ ବିଶ୍ୱାସ ନାହିଁ ବୋଲି ଆଜି ତାହା ସ୍ପଷ୍ଟଭାବେ ପ୍ରମାଣିତ ହେଲା । ଶୀତ ଅଧିବେଶନରେ ଯେଉଁଭଳି ଭାବରେ ସଂସଦ ଭିତରକୁ ପଶି ନାରାବାଜି କରିବା ଏବଂ କେନଷ୍ଟାର ବ୍ୟବହାର କରିବା ଘଟଣାକୁ ନେଇ କଂଗ୍ରେସ ଏବଂ ସମସ୍ତ ବିରୋଧି ଦଳ ସରକାରଙ୍କୁ କିଭଳି ଭାବରେ ସଂସଦର ସୁରକ୍ଷା ଭଙ୍ଗକରି ଏମାନେ ପଶିପାରିଲେ । ଏଥିପାଇଁ କେଉଁମାନେ ଦାୟୀ ଏସବୁ ପ୍ରଶ୍ନକୁ ନେଇ ଗୃହମନ୍ତ୍ରୀଙ୍କର ବିରୋଧି ଦଳ ସଦସ୍ୟମାନେ ଉଭୟ ଗୃହରେ ବକ୍ତବ୍ୟ ଦାବି କରିବା ଆଜି ସେମାନଙ୍କ ପାଇଁ ମହଙ୍ଗା ପଡ଼ିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ପଟ୍ଟନାୟକ ଆହୁରି କହିଛନ୍ତି ଯେ, ଗଣତନ୍ତ୍ରରେ ବିରୋଧି ମାନଙ୍କର ପ୍ରଶ୍ନ କରିବାର ଅଧିକାର ଅଛି ଏବଂ ସରକାରଙ୍କୁ ଏ ନେଇ ବିରୋଧି ମାନେ ବିରୋଧ କରିବା ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରଚଳିତ ନୀତି । ସବୁଠାରୁ ଆଶ୍ଚର୍ଯ୍ୟର କଥା କେନ୍ଦ୍ର ବିଜେପି ସରକାର ଏତେବଡ଼ ସାଙ୍ଘାତିକ ଘଟଣାକୁ ହାଲୁକା ଭାବେ ନେବା ଏବଂ ବିରୋଧିଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ, ଗୃହମନ୍ତ୍ରୀ ବିବୃତି ରଖିବା ପରିବର୍ତ୍ତେ ଯେଉଁ ସାଂସଦମାନେ ଏ କଥାକୁ ନେଇ ପ୍ରଶ୍ନ ପଚାରୁଛନ୍ତି ସେମାନଙ୍କୁ ସଂସଦରୁ ନିଲମ୍ବିତ କରାଯାଉଛି ଏପରିକି ଏ ନିଲମ୍ବନ ଗୋଟିଏ ଦିନ ବା ଦୁଇଦିନ ପାଇଁ ନୁହେଁ ।

ଆଜକୁ ୧୪୧ ଜଣ ସାଂସଦକୁ ନିଲମ୍ବନ କରାଯାଇ ସାରିଲାଣି । ଏ ସମସ୍ତ ସାଂସଦଙ୍କର ଏକମାତ୍ର ଭୁଲ ସେ ସରକାରଙ୍କୁ ସଂସଦର ସୁରକ୍ଷା ଭଙ୍ଗକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନ କରିବା ବିଭିନ୍ନ ପ୍ରଶ୍ନ ଉତ୍‌ଥାପନ କରିବା ଏବଂ ଗୃହମନ୍ତ୍ରୀଙ୍କର ବିବୃତି ଦାବି କରିବା । ସ୍ୱାଧୀନ ଭାରତ ବର୍ଷର ଏହା ହେଉଛି ପ୍ରଥମ ଘଟଣା ଯେଉଁଠାରେ କି ସମସ୍ତ ବିରୋଧି ସାଂସଦଙ୍କୁ ନିଲମ୍ବିତ କରାଯାଉଛି ଏବଂ ଅନ୍ୟ ସଂସଦରେ ଧାର୍ଯ୍ୟ କାର୍ଯ୍ୟ ଦିବସରେ ଅଂଶଗ୍ରହଣ ନକରିବା ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.