Latest Odisha News

ଆଇପିଏଲ ନିଲାମରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଲେ ଏହି ଦୁଇ କଳାକାରଙ୍କ ପିଲାମାନେ

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ନିଲାମ ପ୍ରକ୍ରିୟା ଶେଷ ହୋଇଯାଇଛି । ଗୁରୁବାର ଖେଳାଳିମାନଙ୍କ କିଣାବିକାରେ ସମସ୍ତେ ବ୍ୟସ୍ତ ଥିଲା ବେଳେ ଚର୍ଚ୍ଚାରେ ରହିଥିଲେ ଦୁଇ କଳାକାରଙ୍କ ପିଲାମାନେ । ସେମାନେ ହେଲେ କୋଲକାତା ନାଇଟ ରାଇଡର୍ସର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଏବଂ ଜୁହି ଚାୱାଲାଙ୍କ ଝିଅ ଜାହ୍ନବୀ ମେହେଟ୍ଟା । ଏପରି କି ସେମାନଙ୍କ ଫଟୋ ଏବେ ସୋସିଆଲ ସାଇଟରେ ଭାଇରାଲ ହୋଇଛି । ନ୍ୟୁ ଜେନେରେଶନ ହାତରେ ଆଇପିଏଲ ବୋଲି ଜଣେ ୟୁଜର୍ସ ଲେଖିଛନ୍ତି ।

ଶାହାରୁଖ ଅନୁପସ୍ଥିତି ଥିବା ବେଳେ ଜୁହିଙ୍କ ପତି ଜୟ ମେହେଟ୍ଟା ଏମାନଙ୍କ ସହ ଅକ୍ସନ ଟେବୁଲରେ ବସିଥିଲେ । ଆଇପିଏଲର ଅଫିସିଆଲ ଟ୍ୱିଟ୍ଟର ଆକାଂଉଟରୁ ଏହି ଫଟୋ ଶେୟାର କରାଯାଇଛି । ପୂର୍ବରୁ ଅବଶ୍ୟ ଆର୍ଯ୍ୟନ ବାପାଙ୍କ ସହ ମ୍ୟାଚ ଉପଭୋଗ କରୁଥିବା ଅନେକଥର ଦେଖିବାକୁ ମିଳିଛି ।

Comments are closed.