ମୁମ୍ବାଇ: ବଲିଉଡ୍ର ସବୁ ସୁପରଷ୍ଟାରଙ୍କ ଭିତରୁ କିଙ୍ଗ ଖାନ ଶାହରୁଖ ଖାଁଙ୍କ ଲୋକପ୍ରିୟତା ସବୁଠୁ ଅଧିକ । ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବି ବହୁତ ଅଧିକ । ନିକଟରେ ପ୍ରଶଂସକମାନେ ତାଙ୍କ ବାସଭବନ ‘ମନ୍ନତ’କୁ ଯାଇ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି । ଏହାକୁ ଦେଖି ନିଜେ ଶାହରୁଖ ବିମୁଗ୍ଧ ହୋଇପଡିଥିଲେ ।
ଆସନ୍ତା ୧୮ ତାରିଖରେ ଶାହରୁଖଙ୍କ ଫିଲ୍ମ ‘ପଠାନ’ର ଟିଭି ପ୍ରିମିୟର ହେବ । । ଏହା ପୂର୍ବରୁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ପ୍ରଶଂସକ ତାଙ୍କ ବାସଭବନ ବାହାରେ ଏକତ୍ରିତ ହୋଇଥିଲେ । ସମସ୍ତେ ଶାହରୁଖଙ୍କ ଷ୍ଟାଇଲରେ ଦୁଇ ହାତକୁ ଟେକି ରୋମାଣ୍ଟିକ୍ ମୁଡ଼୍ରେ ଚାହିଁ ରହିଥିଲେ । ଶାହରୁଖଙ୍କର ଏହି ଷ୍ଟାଇଲକୁ ଏତେ ସଂଖ୍ୟକ ପ୍ରଶଂସକ ନକଲ କରିବା ନେଇ ଗିନିଜ ରେକର୍ଡ ସୃଷ୍ଟି କରିଛି । ଏହି ସମୟରେ ଶାହରୁଖ ମଧ୍ୟ ନିଜ ବାଲକୋନିରେ ଠିଆ ହୋଇ ଅନୁରୂପ ଠାଣିରେ ସେମାନଙ୍କୁ ସ୍ୱାଗତ କରିଥିଲେ । ଏଥିସହିତ ଏପରି ସମର୍ଥନ ନେଇ ହାତ ହଲାଇ କୃତଜ୍ଞତା ଜଣାଇଥିଲେ ।
ଶାହରୁଖଙ୍କ ଫିଲ୍ମ ‘ପଠାନ୍’ ରେକର୍ଡ଼ଭଙ୍ଗ ସଫଳତା ହାସଲ କରିଥିଲା । ବିଶ୍ୱ ସ୍ତରରେ ଏହା ୧,୦୬୪ କୋଟି ଟଙ୍କାର ବ୍ୟବସାୟ କରି ଚଳିତ ବର୍ଷର ସବୁଠୁ ସଫଳ ହିନ୍ଦୀ ଫିଲ୍ମର ମାନ୍ୟତା ହାସଲ କରିଛି ।
Comments are closed.