Latest Odisha News

ଶାହାରୁଖଙ୍କ ଯୋଗୁ ବିଳମ୍ବ ହେଉଛି ଟାଇଗର ୩ର ରିଲିଜ ଡେଟ

ମୁମ୍ବାଇ: ଶାହାରୁଖ ଖାଁଙ୍କ ଯୋଗୁ ସଲମାନ ଖାଁ ଅଭିନୀତ ଟାଇଗର ୩ର ରିଲିଜ ଡେଟରେ ବିଳମ୍ବ ଘଟୁଛି । ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଆକ୍ସନ ଥ୍ରୀଲର ପଠାନ ଫିଲ୍ମ ଶୁଟିଂ ସେଟରେ ଶାହାରୁଖ ଲମ୍ବା ବ୍ରେକ ପରେ ଯୋଗ ଦେଇଛନ୍ତି । ୟଶରାଜ ଷ୍ଟୁଡିଓରେ ପଠାନ ଫିଲ୍ମର ଅନେକ ଶୁଟିଂ ବାକି ରହିଛି । ଫଳରେ ଟାଇଗର ୩ର ଶୁଟିଂ ପଛାଉଛି । ଏହାର ପ୍ରମୁଖ କାରଣ ହେଲା ପଠାନ ଓ ଟାଇଗର ୩ ଫିଲ୍ମର କାହାଣୀ ପରସ୍ପର ସହ ଜଡିତ । ପଠାନ ରିଲିଜ ନ ହେବା ପର୍ଯ୍ୟନ୍ତ ଟାଇଗର ୩ ଆସିପାରିବ ନାହିଁ ।

ପୂର୍ବରୁ ଅକ୍ଟୋବରରେ ପଠାନ ଏବଂ କ୍ରିସ ମାସରେ ଟାଇଗର ୩ ରିଲିଜ ହେବ ବୋଲି ସ୍ଥିର ହୋଇଥିଲା । ଏବେ ଓମିକ୍ରନ ପ୍ରଭାବ ଏବଂ ଅନ୍ୟ କାରଣରୁ ଏହା କେବେ ରିଲିଜ ହେବ ତାହା ସମୟ କହିବ । ନିର୍ଦ୍ଦେଶକ ସିଦ୍ଧାର୍ଥ ମଧ୍ୟ ତାଙ୍କର ଅଗାମୀ ଫିଲ୍ମ ଫାଇଟର ନେଇ ମଧ୍ୟ ଏଥିନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Comments are closed.