Latest Odisha News

BREAKING NEWS

ଅମିତ ଶାହଙ୍କୁ ଅମ୍ରିତପାଲଙ୍କ ହତ୍ୟା ଧମକ

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଆଜି ୱାରିସ ପଞ୍ଜାବ ଦେ ସଂଗଠନର ମୂଖ୍ୟ ଅମ୍ରିତପାଲ ସିଂ ଖୋଲାଖୋଲି ଭାବେ ହତ୍ୟା ଧମକ ଦେଇଛନ୍ତି । ଅମିତ ଶାହଙ୍କ ପରିସ୍ଥିତି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ହେବ ବୋଲି ସେ କହିଛନ୍ତି । ଖଲିସ୍ତାନ ସମର୍ଥକ ଅମ୍ରିତଙ୍କ ନିକଟତମ ସହଯୋଗୀ ଲଭପ୍ରୀତ ତୁଫାନଙ୍କୁ ପୋଲିସ ଗିରଫ କରିବା ପରେ ସେମାନେ ଉତ୍ୟକ୍ତ ହୋଇ ଉଠିଥିଲେ । ଏପରିକି ସେମାନେ ପୋଲିସ ଥାନା ଘେରାଉ କରି ହିଂସା ସୃଷ୍ଟି କରିଥିଲେ । ଏଥିରେ ୬ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣା ପରେ ଖଲିସ୍ତାନ ଆନ୍ଦୋଳନକୁ ଆମେ ଅଗକୁ ବଢ଼ାଇବାକୁ ଦେବୁ ନାହିଁ ବୋଲି ଶାହ କହିଥିଲେ ।

ଯଦି ହିନ୍ଦୁ ରାଷ୍ଟ୍ର ଦାବୀ ଯଥାର୍ଥ ତାହାହେଲେ ଆମେ କାହିଁକି ଖଲିସ୍ତାନର ଦାବୀ ନ କରିବୁ ବୋଲି ଅମ୍ରିତପାଲ କହିଛନ୍ତି । ନରେନ୍ଦ୍ର ମୋଦି, ଅମିତ ଶାହ କିମ୍ବା ଭାଗୱତ ମାନ ଆମକୁ ଅଟକାଇ ପାରିବେ ନାହିଁ ବୋଲି ସେ କହିଛନ୍ତି । ଏବେ ବି ଅଜନାଲ ପୋଲିସ ଷ୍ଟେସନ ଅଂଚଳରେ ଉତେଜନା ଲାଗି ରହିଛି । ଲଭପ୍ରୀତଙ୍କୁ ଛାଡିବା ପାଇଁ ସେମାନେ ଜିଦ ଧରି ବସିଛନ୍ତି ।

Comments are closed.