Latest Odisha News

BREAKING NEWS

ଶାହୀନବାଗରେ ବୁଲଡୋଜର : ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଶାହୀନବାଗରେ ବୁଲଡୋଜର ପଂହଚିବା ପରେ ରାଜନୀତି ଆରମ୍ଭ ହୋଇଯାଇଛି । ଜବରଦଖଲ ଉଚ୍ଛେଦ କରିବା ପାଇଁ ଦିଲ୍ଲୀ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ସେଠାରେ ପଂହଚିଥିଲା । ତେବେ ସ୍ଥାନୀୟ ବାସିନ୍ଦା ପୋଲିସକୁ ଭୟ ନ କରି ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏହି ଜବରଦଖଲ ବିରୋଧରେ ସିପିଆଇଏମ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ମଧ୍ୟ ନିରାଶ ହେବାକୁ ପଡିଛି । ଏହି ଘଟଣାର ଶୁଣାଣୀ କରିବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଥିଲେ । ଏହି ଘଟଣା ନେଇ ରାଜନୀତି ନ କରିବା ପାଇଁ ସେ ଆବେଦନକାରୀଙ୍କୁ କହିଛନ୍ତି । ଯେଉଁମାନେ ପ୍ରଭାବିତ ହୋଇଛନ୍ତି ସେମାନେ ପ୍ରଥମେ ଦିଲ୍ଲୀ ହାଇକୋର୍ଟ ଯାଆନ୍ତୁ ତା ପରେ ଏଠାକୁ ଆସିବେ । ଏଥିରେ ରାଜନୈତକ ଦଳର କୌଣସି ଆବଶ୍ୟକତା ନାହିଁ ବୋଲି ବିଚାରପତି ଏଲ.ନାଗେଶ୍ୱର ରାଓ ଓ ବି.ଗାଭାଇଙ୍କୁ ନେଇ ଗଠିତ ବେଂଚ କହିଛନ୍ତି ।

ଏମସିଡି ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି କେବଳ ରାସ୍ତା ଉପରେ ଥିବା ଜବରଦଖଲକୁ ଉଚ୍ଛେଦ କରାଯାଉଛି । ସୂଚନାଯୋଗ୍ୟ, ସିଏଏକୁ ବିରୋଧ କରି ଶାହୀନବାଗରେ ବିକ୍ଷୋଭ କରାଯାଇଥିଲା । ଯାହାକୁ ନେଇ ସାରା ଭାରତର ରାଜନୀତି ସରଗରମ ହୋଇ ଉଠିଥିଲା ।

Leave A Reply

Your email address will not be published.