Latest Odisha News

BREAKING NEWS

ଶ୍ରୀଲଙ୍କାରେ ଆର୍ଥୀକ ସଙ୍କଟ: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ରାଜପକ୍ଷେ

କଲମ୍ବୋ: ଶ୍ରୀଲଙ୍କା ଆର୍ଥୀକ ସଙ୍କଟ ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଶେଷରେ ଚାପର ବଶୀଭୂତ ହୋଇ ସେ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ଆର୍ଥୀକ ସଙ୍କଟ ପରେ ଦେଶରେ ଏବେ ହିଂସା ଲାଗି ରହିଛି । ଯାହାକୁ ନିୟନ୍ତ୍ରଣ କରିବାରେ ସେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ସରକାର ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁ ମୁହିଁ ହୋଇଛନ୍ତି ।  ଏଥିଯୋଗୁ ଦେଶରେ କର୍ଫୁ୍ୟ ଲଗା ଯାଇଥିଲା ।

ରାଜପାକ୍ଷେଙ୍କ ଚୀନ ପ୍ରତି ଢ଼ଳିବା ଏବଂ ମାଗଣା ରାଜନୀତି ଯୋଗୁ ଦେଶରେ ଆର୍ଥୀକ ପରିସ୍ଥିତି ଖରାପ ହୋଇଥିଲା । ଶେଷରେ ହାମ୍ବନତୋଟା ବନ୍ଦରକୁ ୯୯ ବର୍ଷ ଲିଜରେ ଦେବାକୁୂ ରାଜପାକ୍ଷେ ସରକାର ବାଧ୍ୟ ହୋଇଥିଲେ । ଇସ୍ତଫା ଦେବା ପରେ ଜନତାଙ୍କ ପାଇଁ ସବୁ କିଛି ବଳିଦାନ ଦେବା ପାଇଁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.