Latest Odisha News

ଶାହୀନବାଗରେ ଗୁଳି ଚଳାଇଥିବା କପିଲଙ୍କୁ ବହିଷ୍କୃତ କଲା ବିଜେପି

ନୂଆଦିଲ୍ଲୀ:ଶାହୀନବାଗରେ ଗୁଳି ଚଳାଇଥିବା କପିଲ ଗୁଜ୍ଜରଙ୍କ ବିଜେପି ଦଳରୁ ବହିଷ୍କୃତ କରିଛି । ବିଜେପିରେ କପିଲ ମିଶିବାର ଘଂଟାକ ପରେ ଦଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେ ପୂର୍ବରୁ ବହୁଜନ ସମାଜ ପାର୍ଟିର ସଦସ୍ୟ ଥିଲେ । କପିଲଙ୍କ ବିଷୟରେ ଆମେ ଅବଗତ ନ ଥିଲୁ ବୋଲି ଗାଜିଆବାଦ ବିଜେପି ସଭାପତି ସଞ୍ଜୀବ ଶର୍ମା କହିଛନ୍ତି । ତାଙ୍କ କାର୍ଯ୍ୟକଳାପ ବିଷୟରେ ଜାଣିବା ମାତ୍ରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ଦଳରୁ ବହିଷ୍କୃତ କରିଛୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ସିଏଏକୁ ବିରୋଧ କରି ଶାହୀନବାଗରେ ଆନ୍ଦୋଳନ ଚାଲିଥିବା ବେଳେ କପିଲ ସେଠାରେ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଏଥିରେ ସେ ଗିରଫ ମଧ୍ୟ ହୋଇଥିଲେ । ବିଜେପିରେ ମିଶିବା ପରେ ସୋସିଆଲ ସାଇଟରେ ଦଳକୁ ସମାଲୋଚନା କରାଯାଇଥିଲା ।

Leave A Reply

Your email address will not be published.