Latest Odisha News

BREAKING NEWS

ୱେବ୍ ସିରିଜ ମୁହାଁ ହେଲେ ସାହିଦ କାପୁର !

ମୁମ୍ବାଇ: ଫିଲ୍ମ କବୀର ସିଂର ସଫଳତା ପରେ ସହିଦ କାପୁରଙ୍କ ଦବଦବା ବଲିଉଡରେ ଢେର ବଢିଛି । ସେଥିପାଇଁ ତାଙ୍କୁ ଗୋଟିଏ ପରେ ଗୋଟିଏ ଅଫର ଆସିବାରେ ଲାଗିଛି । ନିକଟରେ ସେ ଫିଲ୍ମ ଜର୍ସିର ସୁଟିଂ ସାରିଥିଲେ । ହେଲେ ଏବେ ସେ ୱେବ୍ ସିରିଜ ପ୍ରତି ମନ ବଳାଇଥିବା ଜଣାପଡିଛି ।

BjdElectrycity

ମିଳିଥିବା ରିପୋର୍ଟ ଅନୁଯାୟୀ ଏକ ଆମାଜନ ପ୍ରାଇମ୍ ୱେବ ସିରିଜରେ ସାହିଦ ଡେବ୍ୟୁ କରିବେ । ଯାହାର ନିର୍ଦ୍ଦେଶନା ଦେବେ ରାଜ ଓ ଡିକେ । ତେବେ ଏହି ୱେବ୍ ସିରିଜରେ କେବଳ ସାହିଦ ନୁହେଁ ବରଂ ଜଣେ ସାଉଥ୍ ସୁପରଷ୍ଟାର ବି ନଜର ଆସିବେ । ଶୁଣିବାକୁ ମିଳିଛି ବିଜୟ ସେଥୁପତି କୁଆଡେ ସାହିଦଙ୍କ ୱେବ୍ ସିରିଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ।

ଆକ୍ସନ୍ ଥ୍ରିଲର୍ ଥିମ ଉପରେ ନିର୍ମିତ ହେବାକୁ ଥିବା ଏହି ୱେବ୍ ସିରିଜର ସୁଟିଂ ମୁମ୍ବାଇ ଓ ଗୋଆଠାରେ ଜାନୁଆରୀ ମାସଠୁ ଆରମ୍ଭ ହେବ । ଏହି ସିରିଜର ଟାଇଟଲ ନିର୍ଦ୍ଧାରଣ ହୋଇନଥିଲାବେଳେ ବିଜୟ ବି ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବେ । ସିରିଜରେ ସାହିଦ ଓ ବିଜୟଙ୍କ ଭଳି ଦୁଇଟି ଏକ୍ସ ଫାକ୍ଟର ସହ ତାଙ୍କ ମୋଟା ଅଙ୍କର ଫିସ୍ ବି ଚର୍ଚ୍ଚାରେ ରହିଛି ।

Leave A Reply

Your email address will not be published.