Latest Odisha News

BREAKING NEWS

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ସୁଶାନ୍ତଙ୍କ ପିତା କେ.କେ ସିଂ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହୃଦଘାତ ହେତୁ ସୁଶାନ୍ତଙ୍କ ପିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିିଳିଛି। ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତଥାପି ତାଙ୍କ ଚିକିତ୍ସା ଜାରି ରହିଛି।

ସେଲିବ୍ରିଟି ଫଟୋଗ୍ରାଫର ବିରଲ୍‌ ଭାୟାନୀ ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ବିଷୟରେ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ବିରଲ ଏକ ଫଟୋ ସେୟାର କରିବାବେଳେ ପୋଷ୍ଟରେ ଲେଖିଛନ୍ତି ଯେ କେ.କେ ସିଂ ବର୍ତ୍ତମାନ ହୃଦଘାତ କାରଣରୁ ଫରିଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଡାକ୍ତରଖାନାରୁ ଆସିଥିବା ଏକ ଫଟୋରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଏବଂ ମିତୁ ସିଂ ମଧ୍ୟ କେ.କେ ସିଂଙ୍କ ସହ ନଜର ଆସିଛନ୍ତି। କେ.କେ ସିଂଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଏହି ଫଟୋ ଉପରେ କ୍ରମାଗତ ଭାବେ ମନ୍ତବ୍ୟ ଦେଉଛନ୍ତି। ଏଥି ସହିତ, ପ୍ରଶଂସକମାନେ ସେମାନଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

Leave A Reply

Your email address will not be published.