Latest Odisha News

BREAKING NEWS

ଶିମିଳିପାଳରେ ନିଆଁ ନିୟନ୍ତ୍ରଣାଧୀନ

ଭୁବନେଶ୍ବର : ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଓ ଏହାର ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିମିଳିପାଳ କେବଳ ଓଡ଼ିଶା ବା ଭାରତର ନୁହେଁ ଏହା ସମଗ୍ର ବିଶ୍ବର ଏକ ଅମୂଲ୍ୟ ସମ୍ପଦ । ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଶିମିଳିପାଳ ଅଭୟାରଣ୍ୟ ପରିସ୍ଥିତି ସମ୍ପର୍କ ବୈଠକରେ ସୂଚନା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଜଙ୍ଗଲ ଓ ପରିବେଶ ବିଭାଗ ମୋନା ଶର୍ମା କହିଛନ୍ତି, ଶିମିଳିପାଳରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ରହିଛି । ଏଥିରେ କୌଣସି ଜୀବନ ହାନି ହୋଇନାହିର୍ । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଅଗ୍ନିକାଣ୍ଡରେ ବଡ଼ ବଡ଼ ଗଛ ମାନଙ୍କର କିଛି କ୍ଷତି ହୋଇନାହିଁ । ଫାୟାର ଆଲର୍ଟ ସମ୍ପର୍କରେ ପ୍ରତିଦିନ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କୁ ଓ ଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପିସିସିଏଫ ୱାଇଲ୍ଡ ଲାଇଫ୍ ଘଟଣାସ୍ଥଳରେ ଉପସ୍ଥିତ ରହିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଉଚ୍ଚସ୍ତରୀୟ ବୈଠକରେ 5T ସଚିବ ଭି. କେ. ପାଣ୍ଡିଆନ, ପିସିସିଏଫ ୱାଇଲ୍ଡ ଲାଇଫ୍ ଏବଂ ଜଙ୍ଗଲ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.