Latest Odisha News

BREAKING NEWS

ରିଲିଜର ପ୍ରଥମ ଦିନରେ ବକ୍ସ ଅଫିସରେ ଧମାକା କଲା ଫିଲ୍ମ ‘ଶୈତାନ’, ଜାଣନ୍ତୁ କେତେ କରିଛି ସଂଗ୍ରହ

ମୁମ୍ବାଇ: ଶୁକ୍ରବାର ଅର୍ଥାତ୍ ୮ ମାର୍ଚ୍ଚରେ ରିଲିଜ ହୋଇଯାଇଛି ଅଜୟ ଦେବଗାନ୍, ଆର ମାଧବନ୍ ଏବଂ ଜ୍ୟୋତିକା ଅଭିନୀତ ଫିଲ୍ମ ‘ଶୈତାନ’। ଟିଜର ରିଲିଜ ହେବା ଦିନଠାରୁ ଏହି ଫିଲ୍ମକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍ ଲାଗିରହିଥିଲା । ପ୍ରଥମ ଦିନରେ ବହୁତ ଭଲ ରେସପନ୍ସ ମିଳିଛି ।

Sacnilk.com ଅନୁଯାୟୀ ଘରୋଇ ବକ୍ସ ଅଫିସରେ ଫିଲ୍ମ ଡବଲ ଡିଜିଟ୍ ରେ ଓପେନିଙ୍ଗ କରିଛି । ‘ଶୈତାନ’ ପ୍ରଥମ ଦିନରେ ପ୍ରାୟ ୧୫.୫୦ କୋଟି ଟଙ୍କା ରୋଜଗାର କରିଛି । ଅନ୍ୟ ଭାଷା ମଧ୍ୟରୁ ସମୁଦାୟ ହିନ୍ଦୀରେ ୨୫.୭୦% ରହିଛି ।

ଏହି ଫିଲ୍ମରେ ‘ବ୍ଲାକ୍ ମ୍ୟାଜିକ୍’ ର ଖେଳ ମଧ୍ୟ ଦେଖିବାକୁ ମିଳିଛି । ଅଜୟ ଦେବଗନ୍ ଏବଂ ଜ୍ୟୋତିକା ଏହି ‘ବ୍ଲାକ୍ ମ୍ୟାଜିକ୍’ ଏବଂ ଶୈତାନର ସମ୍ମୁଖୀନ ହୋଇଥିବା ନଜର ଆସିଛନ୍ତି । ତେବେ ଏହି ‘ବ୍ଲାକ୍ ମ୍ୟାଜିକ୍’ କରୁଥିବା ଶୈତାନ ଆର ମାଧବନ୍ ଙ୍କ ବ୍ୟତୀତ ଆଉ କେହି ନୁହେଁ । ପ୍ରି-ବୁକିଂରେ ଭଲ ସଂଗ୍ରହ କରିବା ପରେ ଅଜୟ ଦେବଗାନଙ୍କ ‘ଶୈତାନ’ ପ୍ରଥମ ଦିନରେ ବକ୍ସ ଅଫିସରେ ବହୁତ ଭଲ ଇନକମ କରିଛି ।

ବିକାଶ ବହଲଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶୈତାନ’ କୁ ନିର୍ମାଣ କରିଛନ୍ତି ଅଜୟ ଦେବଗନ୍, ଜ୍ୟୋତି ଦେଶପାଣ୍ଡେ, କୁମାର ମଙ୍ଗତ ପାଠକ ଏବଂ ଅଭିଷେକ ପାଠକ । ଅଜୟ ଦେବଗାନଙ୍କ ଏହି ଫିଲ୍ମକୁ ପ୍ରଥମ ଦିନରେ ଜବରଦସ୍ତ ରେସପନ୍ସ ମିଳିଛି ।

Leave A Reply

Your email address will not be published.