Latest Odisha News

BREAKING NEWS

ଭାଷା ଭାଗବତ : ସମୟର ସାକ୍ଷୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଯେ ହୁଏ ଆମ ପ୍ରତିନିଧି
ଲୋଡ଼େ ସର୍ବଦା ବେଶି ନିଧି
ନ ଜାଣି ନିୟମ ଓ ବିଧି
ମାପଇ ନ୍ୟାୟର ପରିଧି

ନ ଥାଏ ଟିକିଏ କର୍ତୃତ୍ୱ
ନେଇ ପାରେ ସେ ନେତୃତ୍ବ
ତେବେ ବି ଛାଡ଼େନି କ୍ଷମତା
ତେଣୁ ଦିଶଇ ଅବ୍ୟବସ୍ଥା

ନିଯୁକ୍ତ କର୍ମଚାରୀଗଣ
ରାଜ୍ୟରୁ ନେଲେ ହେଁ ବେତନ
ତହୁଁ ସଦା ଲୋଡ଼ି ଅଧିକ
ହୁଅଂତି ନିଧି ସଂଗ୍ରାହକ

ଯେଉଁ ସୂତ୍ରରୁ ଆସୁ ଧନ
ତାହାକୁ ଜଣାଇ ସମ୍ମାନ
ବଢ଼ାଂତି ନିଜର ଗୁରୁତ୍ୱ
ସହିତ ସୁପ୍ରଚୁର ବିତ୍ତ

କାର୍ଯ କରିଲେ ବିଳଂବିତ
ପାତିବାକୁ ପଡ଼େନି ହାତ
ଲୋକେ ତ ସ୍ବେଚ୍ଛାରେ ଦିଅଂତି
ସଭିଏଁ ସୁଖରେ ରହଂତି

ଭାଂଗେ ବିଧି, ନିୟମାବଳି
ତେବେ ଅନେକେ ସୁଖେ ଚଳି
ବିତାଂତି ଜୈବିକ ଜୀବନ
ଏପରି ଆମ ପ୍ରଶାସନ

ଯେ କରେ ଆପତ୍ତି, ବିରୋଧ
ସେ ଭୋଗିଚାଲେ କଂଠରୋଧ
ଏ ସବୁ ଜାଣି, ବୁଝି, ଦେଖି
ହୁଏ ଏ ସମୟର ସାକ୍ଷୀ

Leave A Reply

Your email address will not be published.