Latest Odisha News

BREAKING NEWS

ବଡଦେଉଳରୁ ଖସିଲା ପଥର, କାହାର କିଛି କ୍ଷତି ହୋଇନାହିଁ

ପୁରୀ: ଶ୍ରୀମନ୍ଦିରରୁ ଖସିପଡିଲା ପଥର । ଶ୍ରୀମନ୍ଦିରର ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ଶନିବାର ଭୋରରୁ ପଥର ଖସିପଡିଥିବା ଜଣାପଡିଛି । ASI ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର ପରିବର୍ତ୍ତନ କରାଯାଇଥିଲା । ସେଠାରୁ ପଥର ଖସିଥିବା ନେଇ ଅନୁମାନ କରାଯାଉଛି ।

ପଥର ଖସି ଏକାଦଶୀ ମନ୍ଦିରର ଟିଣ ଛାତ କଣା ହୋଇଥିବା ସୂଚନା ମିଳିଛି । ତେବେ ଏହାଦ୍ବାରା କାହାର କିଛି କ୍ଷତି ଘଟିନି । କେହି ସେବାୟତ କିମ୍ବା ଭକ୍ତ ଆହତ ହେଇନାହାଁନ୍ତି ।

ତେବେ ପଥରଟିକୁ ଶ୍ରୀମନ୍ଦିରର କମାଣ୍ଡର ସଂଗ୍ରହ କରି ରଖିଛନ୍ତି । ଏହାର ଓଜନ ପ୍ରାୟ ଏକ କେଜିରୁ ଅଧିକ ହେବ । ଏନେଇ ଏଏସଆଇକୁ ସୂଚନା ଦେଇଛନ୍ତି । ତେବେ ପଥରଟି ପ୍ରକୃତରେ କେଉଁଠୁ ପଡିଛି ସେ ନେଇ ଏଏସଆଇ ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.