ଢ଼ାକା: ବାଂଲାଦେଶ କ୍ରିକେଟର ଶକୀବ ଉଲ ହାସନଙ୍କ କ୍ରୋଧ ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଥୀ ଖେଳାଳି, ଅମ୍ପାୟର ପରେ ଏବେ ପ୍ରଶଂସକଙ୍କ ଉପରେ ସେ ବିରକ୍ତ ହେବା ଘଟଣା ସମ୍ମୁଖକୁ ଆସିଛି । ଶକୀବ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଇଥିବା ବେଳେ ପ୍ରଶଂସକମାନେ ତାଙ୍କୁ ଘେରି ଯାଇଥିଲେ । ଭୀଡକୁ ଆଡେଇ ସେ କାର ଭିତରେ ବସିବାକୁ ଯିବା ବେଳେ ଜଣେ ପ୍ରଶଂସକ ତାଙ୍କ ଟୋପି ନେବା ପାଇଁ ଉଦ୍ୟମ କରିଥିଲେ । ଏଥିରେ ସେ ଉତକ୍ଷିପ୍ତ ହୋଇ ଟୋପିରେ ପ୍ରଶଂସକଙ୍କୁ ମାରିଥିଲେ । ବହୁ କଷ୍ଟରେ ତାଙ୍କୁ ବୁଝା ଶୁଝା କରି କାରରେ ବସା ଯାଇଥିଲା ।
ଏହା ପୂର୍ବରୁ ଢ଼ାକା ପ୍ରିମିୟର ଲିଗରେ ଅମ୍ପାୟରଙ୍କ ନିଷ୍ପତିକୁ ବିରୋଧ କରି ଷ୍ଟମ୍ପସ ଉପାଡି ଫିଙ୍ଗି ଦେଇଥିଲେ । ଶକୀବ ଏବେ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ବାଂଲାଦେଶର ନେତୃତ୍ୱ ନେଉଛନ୍ତି । ପ୍ରଥମ ମୁକାବିଲାରେ ତାଙ୍କ ନେତୃତ୍ୱରେ ବାଂଲାଦେଶ ବିଶ୍ୱ ଚାମ୍ପିୟନକୁ ୬ ୱିକେଟରେ ପରାସ୍ତ କରିଛି । ଶକୀବଙ୍କ ବ୍ୟବହାର ନେଇ ପୂର୍ବରୁ ବିସିବି ଚେତାଇଥିଲେ ମଧ୍ୟ ଏହାର କିଛି ଫରକ ପଡୁ ନାହିଁ ।
Comments are closed.