Latest Odisha News

BREAKING NEWS

ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ଲୋମଟାଙ୍କୁରା ବୟାନ; ବାପା କରୁଥୁଲେ ଯୌନଶୋଷଣ

ନୂଆଦିଲ୍ଲୀ : ପିଲାବେଳେ ବାପା ମୋର ବାରମ୍ବାର ଯୌନଶୋଷଣ କରୁଥିଲେ । ଏକଥା ନିଜେ କହିଛନ୍ତି, ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ। ସ୍ୱାତୀ କହିଛନ୍ତି, ମୋ ପିଲାବେଳେ ମୋ ବାପା ମୋର ବାରମ୍ବାର ଯୌନଶୋଷଣ କରୁଥିଲେ । ସେ ଯେବେବି ଘରକୁ ଆସୁଥିଲେ, ମୁଁ ଡରି ଯାଉଥିଲି, ଭୟରେ ଶେଜ ତଳେ ଲୁଚି ଯାଉଥିଲି । ମୋର ଏବେବି ମନେ ଅଛି, ସେ ଯେବେ ଘରକୁ ଆସୁଥୁଲେ, ମୋ ଚୁଟି ଧରି ଜୋରରେ କାନ୍ଥରେ ପିଟି ଦେଉଥିଲେ । ମୁଁ ବହୁତ କଷ୍ଟ ପାଉଥୁଲି, କାରଣ ମୋତେ ଆଘାତ ଲାଗିବାରୁ ରକ୍ତ ଝରିବାରେ ଲାଗୁଥୁଲା । ସେ ଯନ୍ତ୍ରଣା ମୋ ପାଇଁ ଅକଥନୀୟ ଥିଲା । ଶେଜ ତଳେ ଲୁଚି ସାରା ରାତି ଭାବୁଥିଲି କିପରି ମୁଁ ମହିଳାଙ୍କୁ ସେମାନଙ୍କ ହକ୍ ଦେବି । କାରଣ ମୁଁ ବୁଝେ, ଯେବେ ଜଣେ ମଣିଷ ବହୁତ ଅତ୍ୟାଚାକ ସହେ, ତେବେ ଯାଇ ସେ ଅନ୍ୟର ଦୁଖଃ ବୁଝିପାରେ ।

ନିକଟରେ ସ୍ୱାତୀ ମାଲିୱାଲ ମହିଳା ଦିବସ ଅବସରରେ ଏକ କାଯ୍ୟକ୍ରମରେ ଦେଇଥିବା ବେଳେ ନିଜ ଅଭିଭାଷଣରେ ଏହାର ଖୁଲାସା କରିଥିଲେ । ସେପଟେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ପିଲାଦିନର ଲୋମଟାଙ୍କୁରା କାହାଣୀ ଶୁଣିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave A Reply

Your email address will not be published.