Latest Odisha News

BREAKING NEWS

ଶକୀବ ଉଲ ହାସନଙ୍କୁ ବାସନ୍ଦ କଲା ଇସିବି

ଲଣ୍ଡନ: ଅବୈଧ ବୋଲିଂ ଆକ୍ସନ ନେଇ ଇଂଲଣ୍ଡ ଏବଂ ୱେଲସ କ୍ରିକେଟ ବୋର୍ଡ ବାଂଲାଦେଶୀ ସ୍ପିନର ଶକୀବ ଉଲ ହାସନଙ୍କୁ ବାସନ୍ଦ କରିଛି । ଆଗକୁ ସେ ଇସିବିର କୌଣସି ମୁକାବିଲାରେ ଖେଳି ପାରିବେ ନାହିଁ । କାଂଉଟି ଚାମ୍ପିୟନଶିପ ସରେ ପକ୍ଷରୁ ବୋଲିଂ କରିବା ବେଳେ ଅମ୍ପାୟର ତାଙ୍କ ବୋଲିଂ ଆକ୍ସନ ନେଇ ନୋ ବଲ ଦେଇଥିଲେ । ସେ ୧୫ ଡିଗ୍ରୀ ବୋଲିଂ ଆକ୍ସନ ନିୟମକୁ ଭଙ୍ଗ କରିଥିବା ଜଣାପଡିଛି । ପୂର୍ବରୁ ଲଗୋବୋରଫ ୟୁନିଭରସିଟି ଚଳିତ ମାସରେ ତାଙ୍କ ବୋଲିଂ ବୈଧ ନୁହେଁ ବୋଲି ଘୋଷଣା କରିଥିଲା । କାଂଉଟି କ୍ରିକେଟ ଖେଳିବା ପୂର୍ବରୁ ଆଗକୁ ତାଙ୍କୁ ବ୍ୟକ୍ତିଗତ ଭାବେ ପରୀକ୍ଷା ଦେବାକୁ ପଡିବ । ଡିସେମ୍ବର ୧୦ରୁ ବିଧିବଦ୍ଧ ଭାବେ ତାଙ୍କ ଦଣ୍ଡାଦେଶ ଆରମ୍ଭ ହୋଇଛି ।

ଶକୀବ ସରେ ପକ୍ଷରୁ ୧୦ଟି ୱିକେଟ ଅକ୍ତିଆର କରିଥିଲେ । ଶକୀବ ଏବେ କ୍ରମାଗତ ଭାବେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରେ ଶକୀବଙ୍କ କ୍ୟାରିୟର ଏକ ପ୍ରକାର ଶେଷ ହୋଇଯାଇଛି । ପୂର୍ବରୁ ସେ ଏମପି ଦାୟିତ୍ୱ ତୁଲାଉଥିଲେ । ଆୱାମୀ ଲିଗ ସରକାର ଗଠନ କରିବା ପରେ ଶକୀବ ଆଉ ବାଂଲାଦେଶ ଫେରି ନାହାନ୍ତି । ସେ ଟି୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏବେ ସେ ଆମେରିକାରେ ପରିବାର ସହିତ ରହୁଛନ୍ତି ।

Leave A Reply

Your email address will not be published.