Latest Odisha News

BREAKING NEWS

ଶାକିରାଙ୍କୁ ଆକ୍ରମଣ କଲା ବରାହ !

କଲମ୍ବିଆ: ଖ୍ୟାତନାମା ପପ ଷ୍ଟାର ଶାକିରା ଇସାବେଲଙ୍କୁ ଜଙ୍ଗଲୀ ବରାହ ଆକ୍ରମଣ କରିଛି । ୪୪ ବର୍ଷୀୟା ଶାକିରା ନିଜର ୮ ବର୍ଷୀୟ ପୁଅ ସହ ନିକଟସ୍ଥ ପାର୍କକୁ ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ୨ଟି ବାରାହ ତାଙ୍କୁ ଆକ୍ରମଣ କରିବା ସହ ବ୍ୟାଗ ନେଇ ଯାଇଥିଲେ । ସେଥିରେ ଶାକିରାଙ୍କ ଦାମୀ ମୋବାଇଲ ଫୋନ ବି ଥିଲା । ତେବେ ଏହି ଘଟଣାରେ ଶାକିରା ଏବଂ ତାଙ୍କ ପୁଅ ସୁରକ୍ଷିତ ଅଛନ୍ତି । ସମ୍ପୂର୍ଣ୍ଣ ଘଟଣାକୁ ଶାକିରା ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।

ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ବାରାହମାନେ ଏବେ ସହରମୁହାଁ ହେଉଛନ୍ତି ଏବଂ ଲୋକଙ୍କୁ ଆକ୍ରମଣ କରୁଛନ୍ତି । କଲମ୍ବିଆ ପୋଲିସ ଏହି ଘଟଣାକୁ ଗୁରୁତ୍ୱ ସହକାରେ ନେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି । ପୂର୍ବରୁ ଏ ନେଇ ସ୍ଥାନୀୟ ବାସିନ୍ଦା ମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ।

Leave A Reply

Your email address will not be published.