Latest Odisha News

ବିବାହ କରିବେ ଶ୍ରଦ୍ଧା କାପୁର !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କାପୁର ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଇଟାଇମ୍ସ ରିପୋର୍ଟ ମୁତାବକ ଶ୍ରଦ୍ଧା ଓ ଫଟୋଗ୍ରାଫର ରୋହନ ଶ୍ରେଷ୍ଠ ପରସ୍ପରକୁ ଦୀର୍ଘ ଦିନ ହେବ ଭଲ ପାଉଛନ୍ତି । ତେବେ ବରୁଣ ଧାୱନ ନିକଟରେ ସୋସିଆଲ ମିଡିଆରେ ଶ୍ରଦ୍ଧା ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ସଙ୍କେତ ଦେଇଥିଲେ । ବାସ୍ ଏହା ପରଠାରୁ ଚର୍ଚ୍ଚା ଜୋର ଧରିଛି ।

ଏ ସମ୍ପର୍କରେ ତାଙ୍କ ବାପା ଶକ୍ତି କାପୁର କହିଛନ୍ତି ମୁଁ ଝିଅର ସମସ୍ତ ନିଷ୍ପତି ସପକ୍ଷରେ ରହିଥାଏ । ରୋହନ ବି ଭଲ ପିଲା । ମୋର ଏଥିରେ କୌଣସି ବିରୋଧ ନାହିଁ ବୋଲି ସେ କହିଛନ୍ତି । ବରୁଣ ଧାୱନଙ୍କୁ ବିବାହ ଶୁଭେଚ୍ଛା ଜଣାଇଥିଲେ ରୋହଣ, ଏହାର ଜବାବରେ ବରୁଣ ଲେଖିଥିଲେ ଆଶା କରୁଛି ଏଥର ତୁମ ପାଳି । ଏହା ପରେ ଉପରୋକ୍ତ ଚର୍ଚ୍ଚା ଜୋର ଧରିଛି ।

Comments are closed.