Latest Odisha News

BREAKING NEWS

ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ, ଶିକ୍ଷା ମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ : ସିବିଏସଇ ୧୦ମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ଫେବୃଆରୀ ୨ରେ ପ୍ରକାଶ ପାଇବ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି । ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମେ’ ୪ରୁ ଆରମ୍ଭ ହୋଇ ଜୁନ୍‌ ୧୦ ଯାଏ ଚାଲିବ । ପ୍ରାକ୍ଟିକାଲ୍‌ ପରୀକ୍ଷା ୧ ମାର୍ଚ୍ଚରୁ ଆରମ୍ଭ ହେବ । ଏନେଇ ସିବିଏସ୍‌ଇ ସ୍କୁଲ ଅଧ୍ୟକ୍ଷ ଓ ସଚିବମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ପୋଖରିଆଲ କହିଛନ୍ତି ।

ପରୀକ୍ଷା ରେଜଲ୍ଟ ୧୫ ଜୁଲାଇ ସୁଦ୍ଧା ପ୍ରକାଶ ପାଇବ। ତେବେ ସିବିଏସଇ ବିଦ୍ୟାର୍ଥୀଙ୍କ ୪୫ ବର୍ଷର ରେକର୍ଡକୁ ଡିଜିଟାଲାଇଜ୍‌ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସିବିଏସ୍‌ଇ ସମେତ ଦେଶର ଅନ୍ୟ ବୋର୍ଡ ନୂଆ ଶିକ୍ଷା ନୀତି ଲାଗୁ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ନୂଆ ଶିକ୍ଷା ନୀତି ଜରିଆରେ ହେବାକୁ ଥିବା ସୁଧାର ଏହି ବୋର୍ଡରୁ ଅନ୍ୟ ଆଡ଼କୁ ଯିବ ବୋଲି ରମେଶ ପୋଖରିଆଲ କହିଛନ୍ତି ।

ଶିକ୍ଷା ମନ୍ତ୍ରୀ ଓ୍ବେବିନାର ଜରିଆରେ ଏକ ହଜାରରୁ ଅଧିକ ସ୍କୁଲର ମୁଖ୍ୟଙ୍କ ସହ ୨୦୨୧-୨୨ ପାଠ୍ୟକ୍ରମ ଓ ସ୍କୁଲ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ସମୟରେ ସେ କହିଛନ୍ତି, ନୂଆ ଶିକ୍ଷା ନୀତି ଜରିଆରେ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ଭୋକେସନାଲ ଶିକ୍ଷା ଗ୍ରହଣ କରିପାରିବେ । ଷଷ୍ଠ ଶ୍ରେଣୀରୁ ହିଁ ଛାତ୍ରଛାତ୍ରୀ ନିଜର ଭବିଷ୍ୟତ ବାଛିବାର ମଉକା ପାଇବେ ।

Leave A Reply

Your email address will not be published.