Latest Odisha News

BREAKING NEWS

୧୯୫୦ ମସିହାରେ ଆଜିର ଦିନରେ ଆରମ୍ଭ ହୋଇଥିଲା ସର୍ବୋଚ୍ଚ ନ୍ୟାୟାଳୟ; ପ୍ରଥମ ଥର ପାଇଁ ବସିଥିଲା ଖଣ୍ଡପୀଠ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟଙ୍କ ପାଇଁ ଏକ ଐତିହାସିକ ଦିନ। ୧୯୫୦ ମସିହାରେ ଏହି ଦିନ ସୁପ୍ରିମକୋର୍ଟ କାର୍ଯ୍ୟ ଆରମ୍ଭ କରିଥିଲେ। ୨୮ ଜାନୁୟାରୀ ୧୯୫୦ ରେ ସୁପ୍ରିମକୋର୍ଟ ସୃଷ୍ଟି ହୋଇଥିଲେ। ଏହି ଦିନ ସର୍ବୋଚ୍ଚ ନ୍ୟାୟାଳୟ, ବୃହତ୍ତମ ନ୍ୟାୟ ମନ୍ଦିର ସୃଷ୍ଟି ହେଲା। ଆଜି ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟର ପ୍ରଥମ ଖଣ୍ଡପୀଠ ବସିଥିଲା। ଆଜି ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲଙ୍କ ସହ କଥାବାର୍ତ୍ତା ବେଳେ ଭାରତର ପ୍ରଧାନ ବିଚାରପତି ଏସ୍ ବବଡେ ଏହି ଐତିହାସିକ ଦିନକୁ ମନେ ପକାଇଛନ୍ତି।

ଏହି ଦିନ ଅର୍ଥାତ୍‌ ୨୮ ଜାନୁୟାରୀ ୧୯୫୦ ରେ, ପ୍ରଥମ ଥର ପାଇଁ ସଂସଦ ଗୃହର ‘ଚାମ୍ବର ଅଫ୍ ପ୍ରିସେସ୍’ରେ ଏସସି ଖଣ୍ଡପୀଠ ବସିଥିଲା। ଏହାପୂର୍ବରୁ, ଫେଡେରାଲ କୋର୍ଟ ଅଫ୍ ଇଣ୍ଡିଆ ଦେଶର ସବୁଠାରୁ ବଡ ନ୍ୟାୟିକ ସଂସ୍ଥା ଥିଲା। ୧୯୩୭ ମସିହାରେ ପ୍ରତିଷ୍ଠିତ ଫେଡେରାଲ କୋର୍ଟ ଅଫ୍ ଇଣ୍ଡିଆକୁ ଏହି ଦିନ ଭାରତର ସର୍ବୋଚ୍ଚ ନ୍ୟାୟାଳୟ କରାଯାଇଥିଲା।

Leave A Reply

Your email address will not be published.