Latest Odisha News

BREAKING NEWS

ସାମାଜିକ କାର୍ଯ୍ୟରେ ଉତ୍କର୍ଷତା ଓ ଅଭିନବ ପଦକ୍ଷେପ ପାଇଁ ଦିଆଯାଉଥିବା ଶାମ୍ଭବୀ ପୁରସ୍କାର ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱେର: ଶାମ୍ଭବୀ ପୁରସ୍କାର ପାଇଁ ନଗଦ ପୁରସ୍କାର ରାଶି ଦୁଇ ଗୁଣା କରିଦିଆଯାଇଛି । ଏହାର ମୁଖ୍ୟ ବିଜେତାଙ୍କୁ ସାଇଟେସନ ସହିତ, ଟ୍ରଫି ଏବଂ ପୂବରୁ ପ୍ରଦାନ କରାଯାଉଥିବା ନଗଦ ପୁରସ୍କାର ରାଶକିୁ ୨ ଲକ୍ଷ ୫୦ ହଜାର ରୁ ୫ ଲକ୍ଷ ଟଙ୍କା କୁ ବୃଦ୍ଧି କରାଯାଇଛି । ଏହାସହିତ, ଜୁରୀ ପ୍ରଶଂସାପତ୍ର ବିଜେତାଙ୍କ ନଗଦ ପୁରସ୍କାର ରାଶକୁ ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡଣ୍ଡସନ୍ (ବିଆଇପିଏଫ୍) ପକ୍ଷରୁ ୨୦୧୪ ମସିହାରେ ସ୍ଥାପିତ ସମ୍ମାନଜନକ ‘ଶାମ୍ଭବୀ ପୁରସ୍କାର’ ଓଡ଼ିଶାରେ ସାମାଜିକ ପରିବର୍ତ୍ତନକାରୀଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନୀତ କରିଆସୁଛି । ସାମାଜିକ କାର୍ଯ୍ୟରେ ନଜିକୁ ସମର୍ପିତ କରିଥିବା ଏହି ବ୍ୟକ୍ତିମାନେ ଗୋଷ୍ଠୀମାନଙ୍କ ଉତ୍ଥାନ ଓ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି । ଏହି ପୁରସ୍କାର ସେମାନଙ୍କ କଠିନ ପରିଶ୍ରମକୁ ମାନ୍ୟତା ପ୍ରଦାନ କରିବା ସହିତ ସାମାଜିକ ନିବେଶକ ଓ ସଙ୍ଗଠନମାନଙ୍କ ଏକ ବ୍ୟାପକ ନେଟୱର୍କ ସହିତ ସଂଯୋଗ ସ୍ଥାପନ କରି ସେମାନଙ୍କ ପ୍ରଭାବକୁ ଆହୁରି ଅଧିକ ବିସ୍ତାର କରିପାରିଛି ।

ଏହା ସହ ଶାମ୍ଭବୀ ପୁରସ୍କାରର ୧୨ ତମ ସଂସ୍କରଣ ପାଇଁ ବର୍ତ୍ତମାନ ଆବେଦନ ଗ୍ରହଣ କରାଯାଉଛି ।

ଆବେଦନ କିମ୍ବା ମନୋନୀତ କରିବା ପାଇଁ www.bipf.org.in. ରେ ଲଗ୍ ଇନ୍ କରନ୍ତୁ । ପୁରସ୍କାର ମାନଦଣ୍ଡ ଓ ଚୟନ ପ୍ରକ୍ରିୟା: ଦୂରଗାମୀ ପ୍ରଭାବ, ଦୀର୍ଘସ୍ଥାୟୀତ୍ୱ, ଗୋଷ୍ଠୀ ଯୋଗଦାନ, ପରିମାପ, ନବସୃଜନ ଏବଂ ହିତାଧିକାରୀଙ୍କ ସଂଖ୍ୟା ଭଳି କଛି ମାନଦଣ୍ଡ ଆଧାରରେ ମୂଲ୍ୟାଙ୍କନ କରାଯାଇ ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ଚୟନ କରାଯାଇ । ପ୍ରତି ବର୍ଷ ସରକାରୀ କଳ, ଶିକ୍ଷାନୁଷ୍ଠାନ, ଉଦ୍ୟୋଗ, ଗଣମାଧ୍ୟମ ଏବଂ ବିଆଇପିଏଫ୍ ର ଜଣେ ପ୍ରତନିଧିଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀ ବିଜେତାମାନଙ୍କୁ ଚୟନ କରିଥାନ୍ତି ।

ଏହି ଅବସରରେ ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍ ସିଇଓ ଏବଂ ଟ୍ରଷ୍ଟି ତଥା ଇମ୍ଫା ସିଏସ୍ଆର (ସ୍ୱତନ୍ତ୍ର ପଦକ୍ଷେପ) ର ମୁଖ୍ୟ ଶୈଫାଳିକା ପଣ୍ଡା ଏହି ପଦକ୍ଷେପ ଉପରେ ଗୁରୁତ୍ୱାରାପ କରିକହଛିନ୍ତି ଯେ, “ବଂଚିତ ଲାକମାନଙ୍କ ସବା କରବା ଓ ସାମାଜକି ପରବିର୍ତ୍ତନ ଦିଗରେ ପ୍ରଭାବୀ ପଦକ୍ଷେପ ନେବା ଆମର ଦାୟିତ୍ୱ । ଶମ୍ଭାବୀ ପୁରସ୍କାର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଆଗ ଧାଡ଼ରି ସାମାଜକି କାର୍ଯ୍ୟକର୍ତ୍ତାଙ୍କ ସାମୂହକି ବକିାଶ ନିମନ୍ତେ ସେମାନଙ୍କ ଦୂରଦୃଷ୍ଟି ଓ ଅଭିଳାଶାକୁ ତ୍ୱରାନ୍ବିତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରୁଛି ।

Leave A Reply

Your email address will not be published.